ହେଇଟି ଶୁଣୁଚ, ଆମ ବାହାଘର କରିଥିବା ପଣ୍ଡିତଙ୍କର ଆଜି ଦେହାନ୍ତ ହୋଇଗଲା...

ପସନ୍ଦ ନାପସନ୍ଦ ପୁଅ ଦେଖିବାକୁ ଝିଅ ବାଲାଏ ପୁଅଘରକୁ ଆସିଥିଲେ। ପସନ୍ଦ ହେଲେ ବାହାଘର ଠିକ‌୍‍ ହେବ। ଦେଖାଦେଖି ସରିବା ପରେ ଝିଅର ବାପା କହିଲେ- ଖରାପ ଭାବିବେନି ଆଜ୍ଞା ! ଆମର ପୁଅଟି ଆଦୌ ପସନ୍ଦ ନୁହେଁ। ଏହାଶୁଣି ଚଟ‌୍‍ କରି ପୁଅର ବାପା କହିଲେ- ଏଥିରେ ଖରାପ ଭାବିବାର କ’ଣ ଅଛି। କ’ଣ ବା ଆଉ କରିବି ! ଆମର ବି ପସନ୍ଦ ନୁହେଁ, ତା ବୋଲି କ’ଣ ପୁଅଟାକୁ ଘରୁ ବାହାର କରିଦେବି […]

1

1

Amaresh Biswal
  • Published: Saturday, 03 November 2018
  • Updated: 03 November 2018, 08:13 PM IST

Sports

Latest News

ପସନ୍ଦ ନାପସନ୍ଦ

ପୁଅ ଦେଖିବାକୁ ଝିଅ ବାଲାଏ ପୁଅଘରକୁ ଆସିଥିଲେ। ପସନ୍ଦ ହେଲେ ବାହାଘର ଠିକ‌୍‍ ହେବ। ଦେଖାଦେଖି ସରିବା ପରେ ଝିଅର ବାପା କହିଲେ- ଖରାପ ଭାବିବେନି ଆଜ୍ଞା ! ଆମର ପୁଅଟି ଆଦୌ ପସନ୍ଦ ନୁହେଁ।

ଏହାଶୁଣି ଚଟ‌୍‍ କରି ପୁଅର ବାପା କହିଲେ- ଏଥିରେ ଖରାପ ଭାବିବାର କ’ଣ ଅଛି। କ’ଣ ବା ଆଉ କରିବି ! ଆମର ବି ପସନ୍ଦ ନୁହେଁ, ତା ବୋଲି କ’ଣ ପୁଅଟାକୁ ଘରୁ ବାହାର କରିଦେବି ?

କ୍ୱାଲିଟି ଡ୍ରେସ‌୍‍

ଜଣେ ଭଦ୍ରମହିଳା ନୂଆ ଡ୍ରେସ‌୍‍ କିଣିବାକୁ ବଜାରକୁ ଗଲେ। ଦୋକାନରେ ପଶି ଅନେକ ସମୟ ଯାଏ ଘଂଟାଘଂଟି କଲେ। କିନ୍ତୁ କିଛି ମନକୁ ପାଇଲାନି ବୋଧେ।

ଶେଷରେ ନିଜେ ଦୋକାନୀ ତାଙ୍କୁ ସାହାଯ୍ୟ କରିବାକୁ ଆସି ପଚାରିଲେ- ମ୍ୟାଡମ‌୍‍ ଆପଣ କେମିତିକା ଡ୍ରେସ‌୍‍ କିଣିବାକୁ ଚାହୁଁଛନ୍ତି ? କିଛି ନୂଆ ମାଲ‌୍‍ ଆସିଛି, ଦେଖେଇବି କି ?

ଏହା ଶୁଣି ଭଦ୍ରମହିଳା କହିଲେ- ମୋର ଏମିତିକା ଡ୍ରେସ‌୍‍ ଦରକାର, ଯାହାକୁ ଦେଖି ମୋ ପଡୋଶୀ ଶାନ୍ତି ଭାଉଜ ଈର୍ଷା କରି କରି ମରିଯିବ...

କର୍ମଫଳ

ସ୍ତ୍ରୀ: ହେଇଟି ଶୁଣୁଛ ନା ନାହିଁ, ସକାଳୁ ସକାଳୁ ଗୋଟେ ଖରାପ ଖବର ଆସି ପହଂଚିଛି।

ସ୍ୱାମୀ: କାଇଁ କ’ଣ ହେଲା କି ?

ସ୍ତ୍ରୀ: ଆମ ବାହାଘର କରିଥିବା ପଣ୍ଡିତଙ୍କର ଆଜି ଦେହାନ୍ତ ହୋଇଗଲା।

ସ୍ୱାମୀ: ଦିନେ ନା ଦିନେ ତ ସେ ତାଙ୍କ କୃତକର୍ମର ଫଳ ପାଇବାର ଥିଲା।

ଫଳ କିଣା

ସକାଳୁ ସକାଳୁ ସରିତା ମ୍ୟାଡାମ‌୍‍ ଫଳ କିଣିବାକୁ ବଜାରକୁ ଗଲେ। ସେ ଫଳ ଦୋକାନୀକୁ ଇଂଲିଶରେ ଫଳ ମାଗିଲେ- please give me some destroyed husband.

ଏହା ଶୁଣି ଫଳ ଦୋକାନୀ ବୋକା ହୋଇଗଲା। କେମିତି ବୁଝିବ ଯେ ମ୍ୟାଡାମ‌୍‍ କୋଉ ଫଳ ମାଗୁଛନ୍ତି? ଇଏ ତ ଇଂଲିଶ ମେମ‌୍‍ ପରି ଲାଗୁଛନ୍ତି। ତ ସେ ବହୁସମୟ ଧରି ୟାକୁ ତାକୁ ପଚରା ପଚରି କରି ବୁଝାବୁଝି କରିବା ପରେ, ମ୍ୟାଡାମ‌୍‍ଙ୍କୁ କିଲେ ‘ନାସ‌୍‍-ପତି’ ଓଜନ କରିକି ଦେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos