ଜାଣିଛନ୍ତି ଇଂଲିଶ ଅପେକ୍ଷା କାହିଁକି ଭଲ ଓଡ଼ିଆ?

ମୁର୍ଖ ଲୋକ ରାଜୁ ତା ପ୍ରେମିକା ପ୍ରଣତିକୁ ବିବାହ କରିବ ବୋଲି ନିଷ୍ପତ୍ତି ନେଇ ସାରିଥିଲା। ତେଣୁ ସେ ପ୍ରଣତିର ବାପାଙ୍କୁ ଭେଟିବ ବୋଲି ଠିକ୍ କଲା ଓ ତାଙ୍କ ଘରକୁ ବି ଗଲା। ଭାବି-ଶ୍ୱଶୁରଙ୍କୁ ନମସ୍କାର ହେଇ କିଛି କହିବା ଆଗରୁ ସେ ରାଜୁକୁ ଆଗ କହିଲେ… ଭାବି ଶ୍ୱଶୁର: ରାଜୁ ! ମୁଁ ଚାହୁଁନି ମୋ ଝିଅ ଜଣେ ମୁର୍ଖ ସହ ଜୀବନ ସାରା ରହୁ। ରାଜୁ କହିଲା: ମଉସା ମୁଁ ତ ଠିକ୍ […]

3

Amaresh Biswal
  • Published: Monday, 17 December 2018
  • , Updated: 17 December 2018, 07:48 PM IST

ମୁର୍ଖ ଲୋକ

ରାଜୁ ତା ପ୍ରେମିକା ପ୍ରଣତିକୁ ବିବାହ କରିବ ବୋଲି ନିଷ୍ପତ୍ତି ନେଇ ସାରିଥିଲା। ତେଣୁ ସେ ପ୍ରଣତିର ବାପାଙ୍କୁ ଭେଟିବ ବୋଲି ଠିକ୍ କଲା ଓ ତାଙ୍କ ଘରକୁ ବି ଗଲା। ଭାବି-ଶ୍ୱଶୁରଙ୍କୁ ନମସ୍କାର ହେଇ କିଛି କହିବା ଆଗରୁ ସେ ରାଜୁକୁ ଆଗ କହିଲେ…

ଭାବି ଶ୍ୱଶୁର: ରାଜୁ ! ମୁଁ ଚାହୁଁନି ମୋ ଝିଅ ଜଣେ ମୁର୍ଖ ସହ ଜୀବନ ସାରା ରହୁ।
ରାଜୁ କହିଲା: ମଉସା ମୁଁ ତ ଠିକ୍ ସେଇଆ ହିଁ କହୁଛି। ସେଇଥି ପାଇଁ ତ ମୁଁ ତାକୁ ଆପଣଙ୍କ ପାଖରୁ ନେଇଯିବାକୁ ଆସିଛି ମୋ ପାଖକୁ।
(ପ୍ରଣତିର ବାପା ଓରଫ ଭାବି-ଶ୍ୱଶୁର ରାଗିକି ନିଆଁବାଣ।)

ଇଂଲିଶ ଅପେକ୍ଷା ଓଡ଼ିଆ କାହିଁକି ଭଲ

ମାଡାମ: ରାଜଲକ୍ଷ୍ମୀ ତମକୁ ଦିଆଯାଇତିବା ଇଂଲିଶ ହୋମ୍‌ୱାର୍କ କାହିଁକି କରିକି ଆଣିନ?
ରାଜଲକ୍ଷ୍ମୀ: କାରଣ, ଇଂଲିଶ ମତେ ଆଦୌ ଭଲ ଲାଗେନି।
ମାଡାମ: କାହିଁକି?
ରାଜଲକ୍ଷ୍ମୀ: କାରଣ ଇଂଲିଶ କହିଲେ ଆମର ଅଯଥା ସମୟ ନଷ୍ଟ ହେଉଛି ଏବଂ ଗୁଡ଼ାଏ ଏନର୍ଜି ବି ନଷ୍ଟ ହେଉଛି।
ମାଡାମ: (ଆଶ୍ଚର୍ଯ୍ୟ ହୋଇ) କେମିତି?
ରାଜଲକ୍ଷ୍ମୀ: ମାଡାମ୍ ଏହାର ଏକ ଉଦାହରଣ ଶୁଣନ୍ତୁ। ମନେକରନ୍ତୁ ମୁଁ ଯାହା କହିଲି ଆପଣ ଠିକ୍‌ରେ ଶୁଣିପାରିଲେ ନାହିଁ। ତାହେଲେ ଆପଣଙ୍କୁ ମତେ ଇଂଲିଶରେ କହିବାକୁ ପଡ଼ିବ- I am sorry Rajlaxmi, I can’t hear you properly, can you please repeat your lines? ହେଲେ ଆପଣ ଓଡ଼ିଆରେ କେବଳ କହିବେ- ଆଁ...

Related story