କୁକୁଡ଼ା ଛୁଆଙ୍କ ନାମକରଣ

ଦିନେ ମା’ କୁକୁଡ଼ା ଓ ତା’ର ଛୁଆମାନଙ୍କ ବାହାରେ ବୁଲୁଥିଲା। ବୁଲୁ ବୁଲୁ ସେମାନଙ୍କ ମଧ୍ୟରୁ ଜଣେ କୁକୁଡ଼ା ଛୁଆ କାନ୍ଦିବାକୁ ଲାଗିଲେ। କାନ୍ଦିବା ଦେଖି ମା’ କୁକୁଡ଼ା ତା’ର ଛୁଆଙ୍କୁ ପଚାରିଲା। କାହିଁକି କାନ୍ଦୁଛୁ? କୁକୁଡ଼ା ଛୁଆ କାନ୍ଦ ବନ୍ଦ କରି କହିଲା- ମା’ ମଣିଷ ଛୁଆ ଜନ୍ମ ହେବା ମାତ୍ରେ ବାପାମା’ ତା’ର ନାଁ ଦିଅନ୍ତି। ଆମେ ଜନ୍ମ ହେବା ପରେ ତମେ କାହିଁକି ଆମର ନାଁ ଦେଲ ନାହିଁ? ମା’ କୁକୁଡ଼ା: ପୁଅ […]

kukuda

Puspanjali Panda
  • Published: Sunday, 11 August 2019
  • , Updated: 11 August 2019, 11:16 AM IST

ଦିନେ ମା’ କୁକୁଡ଼ା ଓ ତା’ର ଛୁଆମାନଙ୍କ ବାହାରେ ବୁଲୁଥିଲା। ବୁଲୁ ବୁଲୁ ସେମାନଙ୍କ ମଧ୍ୟରୁ ଜଣେ କୁକୁଡ଼ା ଛୁଆ କାନ୍ଦିବାକୁ ଲାଗିଲେ। କାନ୍ଦିବା ଦେଖି ମା’ କୁକୁଡ଼ା ତା’ର ଛୁଆଙ୍କୁ ପଚାରିଲା। କାହିଁକି କାନ୍ଦୁଛୁ?

କୁକୁଡ଼ା ଛୁଆ କାନ୍ଦ ବନ୍ଦ କରି କହିଲା- ମା’ ମଣିଷ ଛୁଆ ଜନ୍ମ ହେବା ମାତ୍ରେ ବାପାମା’ ତା’ର ନାଁ ଦିଅନ୍ତି। ଆମେ ଜନ୍ମ ହେବା ପରେ ତମେ କାହିଁକି ଆମର ନାଁ ଦେଲ ନାହିଁ?

ମା’ କୁକୁଡ଼ା: ପୁଅ ଆମ ଜାତିରେ ମରିବା ପରେ ହିଁ ନାମକରଣ କରାଯାଇଥାଏ।

କୁକୁଡ଼ା ଛୁଆ: କେମିତି ମା’...

ମା’ କୁକୁଡ଼ା: ଯେମିତିକି ଚିକେନ୍‌ ଟିକ୍କା, ଚିକେନ୍‌ ଚିଲି, ଚିକେନ୍‌ ତନ୍ଦୁରୀ, କଡ଼ାଇ ଚିକେନ୍‌....

Related story