ଥରେ ଚୋରି ଅଭିଯୋଗରେ ଧରା ପଡ଼ିଥିବା ଜଣେ ଯୁବକଙ୍କର କୋର୍ଟରେ ଶୁଣାଣି ହେଉଥିଲା। ଏହି ଯୁବକ ପୁଲିସ୍କୁ ନାକେଦମ୍ କରି ସାରିଥିଲାଣି।
ଜଜ୍: ତୁମେ ଚୋରି କେସ୍ରେ ଧରା ପଡ଼ିଛ। ହେଲେ ଜେଲ୍ରେ ବହୁତ ଉତ୍ପାତ କରୁଛ। ପୁଲିସ୍ ଦେହରେ ବି ହାତ ମାରିବାକୁ ପଛାଉନ। ତମକୁ ଡର ଲାଗୁନି।
ଚୋର: ଆଜ୍ଞା, ମୁଁ କ’ଣ କଲି?
ଜଜ୍: କ’ଣ ପାଇଁ ଦିଆସିଲି ଲଗାଇ ପୁଲିସ୍ କର୍ମଚାରୀଙ୍କ ପକେଟ୍ରେ ରଖିଦେଲ।
ଚୋର: ଆଜ୍ଞା ମୁଁ ତ ରଖିବାକୁ ଚାହୁଁ ନ ଥିଲି। ହେଲେ ପୁଲିସ୍ ସାର୍ ମୋତେ ପ୍ରଥମେ ତାଙ୍କ ପକେଟ୍ ଗରମ କରିବାକୁ କହିଲେ। ତା’ ପରେ ମୋ ଜାମିନ୍ କଥା ବୁଝିବେ ବୋଲି କହିଲେ। ସେ ଯାହା କହିଲେ, ମୁଁ ତାହା ହିଁ କଲି। ଏଥିରେ ମୋ ଦୋଷ କେଉଁଠି ରହିଲା।