ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର କାରଣ କ’ଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଘରେ ୨ଟି ବାସନ ଥିଲେ ଯେମିତି ଶବ୍ଦ ନ ହେବା ଅସମ୍ଭବ, ସେପରି ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ନ ହେବା ଅସମ୍ଭବ। ଏହାର କାରଣ ବି ଆଜି ଯାଏ କେହି ଖୋଜି ପାଇ ନାହାନ୍ତି। ଥରେ ୨ ସାଙ୍ଗ ଏହାର କାରଣ ଖୋଜିବାକୁ ଚେଷ୍ଟା କରି କେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ଜାଣନ୍ତୁ। ସୋନୁ:  ମୋନୁ କହିଲୁ, ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କ’ଣ ପାଇଁ ସବୁବେଳେ […]

mrg-3..

Niharika Rout
  • Published: Monday, 29 July 2019
  • , Updated: 29 July 2019, 01:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଘରେ ୨ଟି ବାସନ ଥିଲେ ଯେମିତି ଶବ୍ଦ ନ ହେବା ଅସମ୍ଭବ, ସେପରି ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ନ ହେବା ଅସମ୍ଭବ। ଏହାର କାରଣ ବି ଆଜି ଯାଏ କେହି ଖୋଜି ପାଇ ନାହାନ୍ତି। ଥରେ ୨ ସାଙ୍ଗ ଏହାର କାରଣ ଖୋଜିବାକୁ ଚେଷ୍ଟା କରି କେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ଜାଣନ୍ତୁ।

ସୋନୁ:  ମୋନୁ କହିଲୁ, ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କ’ଣ ପାଇଁ ସବୁବେଳେ ତୁ ତୁ ମେଁ ମେଁ ଲାଗି ରୁହେ। କ’ଣ ଏହାର ପ୍ରକୃତ କାରଣ।

ମୋନୁ:  ମୁଁ ଜାଣିନି, ତୁ’ କହୁନୁ।

ସୋନୁ:   ମୁଁ ଭାବୁଛି, ସବୁ ଦୋଷ ପଣ୍ଡିତଙ୍କର।

ମୋନୁ: ପଣ୍ଡିତଙ୍କ ମୁଣ୍ଡରେ କ’ଣ ପାଇଁ ଅଠା ବୋଳୁଛୁ।

ସୋନୁ:   ଆରେ, ତୁ ଜାଣିନୁ ବିବାହ ବେଳେ ପଣ୍ଡିତ ନିଆଁରେ ଯେଉଁ ଘିଅ ଢାଳନ୍ତି, ତାହା ମରିବା ଯାଏ ଲିଭେନି।

Related story