ହେ ଶୁଭଚିନ୍ତକ, ଯେତେବେଳେ ବାହା ହେଉଥିଲି, କେଉଁଠି ଥିଲ?

ପପୁ ରାସ୍ତାରେ ଯାଉଥାଏ। ଏହି ସମୟରେ ସେ ଏକ ଅଦୃଶ୍ୟ ସ୍ୱର ଶୁଣିଲା।

ଅଦୃଶ୍ୟ ସ୍ୱର କହିଲା- ବାମ କଡ଼କୁ ଜକେଇ ଚାଲ ନାହିଁ। ପାଚେରିଟି ଭୁଶୁଡ଼ି ପଡ଼ିବ।

ପପୁ ଠିଆ ହୋଇ ଦେଖୁଛି, ସତକୁ ସତ ପାଚେରିଟି ଭାଙ୍ଗିପଡ଼ିଲା।

କିଛି ସମୟ ପରେ ଆଉଥରେ ଶୁଣିଲା- ଡାହାଣକୁ ଆସ ନାହିଁ। କାର୍‌ ଧକ୍କା କରି ଦେବ।

ଦେଖୁ ଦେଖୁ ଗୋଟିଏ କାର୍‌ଟିଏ ପପୁ ପାଖରେ ଘଷି ହେଇ ଚାଲିଗଲା।

ପପୁ ଆଶ୍ୱସ୍ତ ହେଲା ଓ କହିଲା- ଯାହା ହେଉ ଜୀବନଟା ବଞ୍ଚିଗଲା।

ପର ମୁହୂର୍ତ୍ତରେ ସାହସ ବାନ୍ଧି ପଚାରିଲା- ହେ ମହାଶୟ! ଆପଣ ଦୁଇ ଥର ମୋ ଜୀବନ ରକ୍ଷା କରିଛନ୍ତି। ଦୟାକରି ପରିଚୟ ଦିଅନ୍ତୁ।

ପପୁ ପୁଣି ସେହି ସ୍ୱର ଶୁଣିଲା- ମୁଁ ତୁମର ଶୁଭଚିନ୍ତକ। ତୁମ ସହିତ ସବୁବେଳେ ଅଦୃଶ୍ୟରେ ରହିଛି। ତୁମ ପ୍ରତି ବିପଦ ଆସିଲେ ତୁମକୁ ସତର୍କ କରାଇଦେବା ମୋ କାମ।

ଏହା ପରେ ପପୁ ରାଗି ଯାଇ କହିଲା- ବର୍ଷକ ତଳେ ଯେତେବେଳେ ବାହା ହେଉଥିଲି, କେଉଁଠି ଥିଲ? ସେତେବେଳେ କାହିଁକି ସଦ୍‌ବୁଦ୍ଧି ଦେଲ ନାହିଁ?