ପପୁ ରାସ୍ତାରେ ଯାଉଥାଏ। ଏହି ସମୟରେ ସେ ଏକ ଅଦୃଶ୍ୟ ସ୍ୱର ଶୁଣିଲା।
ଅଦୃଶ୍ୟ ସ୍ୱର କହିଲା- ବାମ କଡ଼କୁ ଜକେଇ ଚାଲ ନାହିଁ। ପାଚେରିଟି ଭୁଶୁଡ଼ି ପଡ଼ିବ।
ପପୁ ଠିଆ ହୋଇ ଦେଖୁଛି, ସତକୁ ସତ ପାଚେରିଟି ଭାଙ୍ଗିପଡ଼ିଲା।
କିଛି ସମୟ ପରେ ଆଉଥରେ ଶୁଣିଲା- ଡାହାଣକୁ ଆସ ନାହିଁ। କାର୍ ଧକ୍କା କରି ଦେବ।
ଦେଖୁ ଦେଖୁ ଗୋଟିଏ କାର୍ଟିଏ ପପୁ ପାଖରେ ଘଷି ହେଇ ଚାଲିଗଲା।
ପପୁ ଆଶ୍ୱସ୍ତ ହେଲା ଓ କହିଲା- ଯାହା ହେଉ ଜୀବନଟା ବଞ୍ଚିଗଲା।
ପର ମୁହୂର୍ତ୍ତରେ ସାହସ ବାନ୍ଧି ପଚାରିଲା- ହେ ମହାଶୟ! ଆପଣ ଦୁଇ ଥର ମୋ ଜୀବନ ରକ୍ଷା କରିଛନ୍ତି। ଦୟାକରି ପରିଚୟ ଦିଅନ୍ତୁ।
ପପୁ ପୁଣି ସେହି ସ୍ୱର ଶୁଣିଲା- ମୁଁ ତୁମର ଶୁଭଚିନ୍ତକ। ତୁମ ସହିତ ସବୁବେଳେ ଅଦୃଶ୍ୟରେ ରହିଛି। ତୁମ ପ୍ରତି ବିପଦ ଆସିଲେ ତୁମକୁ ସତର୍କ କରାଇଦେବା ମୋ କାମ।
ଏହା ପରେ ପପୁ ରାଗି ଯାଇ କହିଲା- ବର୍ଷକ ତଳେ ଯେତେବେଳେ ବାହା ହେଉଥିଲି, କେଉଁଠି ଥିଲ? ସେତେବେଳେ କାହିଁକି ସଦ୍ବୁଦ୍ଧି ଦେଲ ନାହିଁ?