ଆଜିକାଲି ପପୁ ବହୁତ ମଦ ପିଉଛି। ତେଣୁ ପପୁ ଆଜି ଅଫିସ୍ରୁ ଫେରିବା ପରେ ପ୍ରୀତି ତାକୁ ମଦ ପିଇବା ଛାଡ଼ିବାକୁ କହିବ ବୋଲି ମନେ ମନେ ସ୍ଥିର କଲା। ତା’ସହିତ ପପୁ ତା’ କଥା ନ ମାନିଲେ ବାପ ଘରକୁ ଚାଲିଯିବାକୁ ବି ପ୍ରୀତି ନିଷ୍ପତ୍ତି ନେଲା।
ପପୁ ଅଫିସ୍ରୁ ଆସିବା ପରେ...
ପ୍ରୀତି : ତୁମେ ମଦ ପିଇବାରେ ଅଧିକ ଟଙ୍କା ଖର୍ଚ୍ଚ କରୁଛ। ଏଣୁ ମଦ ପିଇବା ବନ୍ଦ କର। ନହେଲେ ମୁଁ ଆମ ଘରକୁ ପଳେଇବି।
ପପୁ : ତୁମେ ତ ବ୍ୟୁଟି ପାର୍ଲର୍ରେ ପ୍ରତି ମାସରେ ୫୦୦୦ ଖର୍ଚ୍ଚ କରୁଛ, ସେ କଥା କହୁନ ତ ?
ପ୍ରୀତି : ନହେଲେ ତୁମ ସାମ୍ନାରେ ମୁଁ କେମିତି ସୁନ୍ଦର ଦେଖାଯିବି? ସେଥିପାଇଁ ବ୍ୟୁଟି ପାର୍ଲର୍ ଯାଉଛି।
ପପୁ : ଆରେ ପାଗେଳି..ମୁଁ ବି ତ ଏଥିପାଇଁ ମଦ ପିଉଛି ଯେ ତୁ ମୋତେ ସୁନ୍ଦର ଦେଖାଯିବୁ...