ମରିବାକୁ ଆଉ କିଛି ସମୟ ବାକି ଅଛି। ପପୁ ଚିନ୍ତା କଲା ଯାହା ସବୁ ଭୁଲ୍ ଓ ପାପ କରିଛି ପ୍ରୀତିକୁ କହିଦେଇ ମରିଯିବ। ସବୁ ଭୁଲ୍ କହିଦେବା ପରେ ସେ ଶାନ୍ତିରେ ମରିପାରିବ। ତା’ପରେ ସେ ପ୍ରୀତିକୁ ପାଖକୁ ଡାକିଲା...
ପପୁ : ଆଲମାରୀରୁ ତୁମର ସବୁ ଗହଣା ମୁଁ ହିଁ ଚୋରି କରିଥିଲି।
ପ୍ରୀତି : ହଁ...ତମେ ଚିନ୍ତା କର ନାହିଁ।
ପପୁ : ତୁମ ଭାଇ ତୁମକୁ ଯେଉଁ ୧ ଲକ୍ଷ ଟଙ୍କା ଦେଇଥିଲା, ତାକୁ ବି ମୁଁ ଗାଏବ କରିଥିଲି।
ପ୍ରୀତି : କିଛି କଥା ନାହିଁ, ମୁଁ ଏଥିପାଇଁ ତୁମକୁ କ୍ଷମା ଦେଲି।
ପପୁ : ତୁମର ସବୁ ଦାମୀ ଶାଢ଼ୀ ବି ମୁଁ ଚୋରି କରି ମୋ ପ୍ରେମିକାକୁ ଦେଇଥିଲି।
ପ୍ରୀତି : ତୁମେ ଏତେ କଥା ଚିନ୍ତା କର ନାହିଁ ଧନ। ତୁମକୁ ବିଷ ବି ମୁଁ ହିଁ ଦେଇଛି। ଏବେ ତୁମେ ଶାନ୍ତିରେ ମରିଯାଅ।