/odisha-reporter/media/post_attachments/uploads/2019/08/13.jpg)
13
ସ୍ୱାମୀ ହାତଗୋଡ଼ ବ୍ୟାଣ୍ଡେଜ କରି ଗୋଟିଏ ଆଖି ବନ୍ଦକରି ଛୋଟେଇ ଛୋଟେଇ ଘରକୁ ଆସିଲେ। ଏହା ଦେଖି ସ୍ତ୍ରୀ ବିଚଳିତ ହୋଇ ପଚାରିଲେ, ଏ କ’ଣ ହେଲା ତୁମର? ଏମିତି କେମିତି ହେଲା?
Advertisment
ସ୍ୱାମୀ - ଝିଅଟିଏ ସ୍କୁଟିରେ ଧକ୍କା ଦେଇ ଚାଲିଗଲା।
ସ୍ତ୍ରୀ - ତୁମେ ତା ଗାଡ଼ି ନମ୍ବରଟା ଦେଖି ମନେରଖି ଦେଲନି?
ସ୍ୱାମୀ- ନା, ମୁଁ ନମ୍ବର ପ୍ଲେଟ୍ଟା ଦେଖିପାରିଲିନି।
ସ୍ତ୍ରୀ - ଆଚ୍ଛା ସେ ଦେଖିବାକୁ କେମିତି କହିଲ?
ସ୍ୱାମୀ - ଗୋରା ଝିଅଟେ। ଲମ୍ବା ଚୁଟି ରଖିଛି। ନୀଳ ରଙ୍ଗର ଶାଢ଼ି ଓ କଳା ବ୍ଲାଉଜ୍ ପିନ୍ଧିଥିଲା। ଲାଲ୍ ଲିପ୍ଷ୍ଟିକ ବି ଲଗେଇଥିଲା। ହାଇ ହିଲ୍ ପିନ୍ଧିଥିଲା। ହଁ, ତା ନାକ ପାଖରେ ଗୋଟେ କଳାଜାଇ ମଧ୍ୟ ଥିଲା...।
ସ୍ୱାମୀ ଏସବୁ କହୁଥିବା ବେଳେ ସ୍ତ୍ରୀ ରାଗି ଯାଇ ଧରିଥିବା ଝାଡ଼ୁଟାକୁ ଏତେ ଜୋରରେ ତାଙ୍କ ଆଡ଼କୁ ଫୋପାଡ଼ି ଦେଲେ ଯେ ତାହା ତାଙ୍କର ଅନ୍ୟ ଆଖିଟି ବି ବନ୍ଦ ହୋଇଗଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
