ପତିଙ୍କ ‘କଳ୍ପନା’

ମୃତ୍ୟୁଶଯ୍ୟାରେ ପତ୍ନୀ ପତିଙ୍କୁ କହିଲେ- ମୁଁ ଜାଣିଛି, ମୋ ଦୁଃଖରେ ତୁମେ ଭାଙ୍ଗି ପଡ଼ିବ। ତୁମେ ଜୀବନରେ କେବେହେଲେ ଏକୁଟିଆ ରହିନାହଁ। ତେଣୁ ଭାରି କଷ୍ଟ ହେବ। ମୋ ଅନ୍ତେ ତୁମେ ପୁଣି ବିବାହ କରିନେବ। କିନ୍ତୁ ଗୋଟିଏ ଅନୁରୋଧ- ମୋର ଯେତେ ପୋଷାକ ଅଛି, ସେସବୁ ତୁମ ନୂଆ ପତ୍ନୀଙ୍କୁ ଦେବ ନାହିଁ। ତାହା ସବୁଦିନ ପାଇଁ ଆମ ମିଳନର ସନ୍ତକ ହୋଇ ରହିଥିବ।

ପତି ଅନ୍ୟମନସ୍କ ହୋଇ କହିଲେ- ସେଥିପାଇଁ ଚିନ୍ତା କର ନାହିଁ। ତୁମେ ତ ‘କଳ୍ପନା’କୁ ଜାଣିଛ। ତୁମ ପୋଷାକ ତାକୁ ବହୁତ ଛୋଟ ହେବ।