Advertisment

୯ ଲକ୍ଷର ହାର

ଚଙ୍ଗୁ ସ୍ତ୍ରୀ ରଙ୍ଗବତୀର ଦେହ ଆଜିକାଲି ଆଉ ଭଲ ରହୁନାହିଁ। କାଳେ ମରିଯିବ ବୋଲି ଚିନ୍ତା କରି ସେ ଜଣେ ଭଲ ପେଣ୍ଟରକୁ ଘରକୁ ଡ଼ାକି ନିଜର ଏକ ପେଣ୍ଟିଂ ତିଆରି କଲା। ପେଣ୍ଟର ରଙ୍ଗବତୀର ଛବି ଆଙ୍କିବା ଆରମ୍ଭ କଲା। ଏହାପରେ କିଛି ଚିନ୍ତା କରି ରଙ୍ଗବତୀ ପେଣ୍ଟରକୁ କହିଲା, ଭାଇ ଏହି ଫଟୋରେ ମୁଁ ୯ ଲକ୍ଷ ଟଙ୍କାର ହାର ପିନ୍ଧିଥିବା ଦେଖାଅ। ହାରର ଚିତ୍ର ବି କର। ରଙ୍ଗବତୀର କହିବା ଅନୁସାରେ ପେଣ୍ଟର […]

author-image
Puspanjali Panda
୯ ଲକ୍ଷର ହାର

haea33]

ଚଙ୍ଗୁ ସ୍ତ୍ରୀ ରଙ୍ଗବତୀର ଦେହ ଆଜିକାଲି ଆଉ ଭଲ ରହୁନାହିଁ। କାଳେ ମରିଯିବ ବୋଲି ଚିନ୍ତା କରି ସେ ଜଣେ ଭଲ ପେଣ୍ଟରକୁ ଘରକୁ ଡ଼ାକି ନିଜର ଏକ ପେଣ୍ଟିଂ ତିଆରି କଲା। ପେଣ୍ଟର ରଙ୍ଗବତୀର ଛବି ଆଙ୍କିବା ଆରମ୍ଭ କଲା। ଏହାପରେ କିଛି ଚିନ୍ତା କରି ରଙ୍ଗବତୀ ପେଣ୍ଟରକୁ କହିଲା, ଭାଇ ଏହି ଫଟୋରେ ମୁଁ ୯ ଲକ୍ଷ ଟଙ୍କାର ହାର ପିନ୍ଧିଥିବା ଦେଖାଅ। ହାରର ଚିତ୍ର ବି କର।

Advertisment

ରଙ୍ଗବତୀର କହିବା ଅନୁସାରେ ପେଣ୍ଟର ପେଣ୍ଟିଂଟି ଆଙ୍କି ତାକୁ ହାର ପିନ୍ଧାଇଦେଲା। ଏହାପରେ ସେ ରଙ୍ଗବତୀକୁ ପଚାରିଲା, ଆପଣ ଏପରି କାହିଁକି କଲେ ? ମୋତେ ହାର ଆଙ୍କିବାକୁ କାହିଁକି କହିଲେ ?

ରଙ୍ଗବତୀ କହିଲା, ମୁଁ ମରିଗଲେ ମୋ ସ୍ୱାମୀ ଚଙ୍ଗୁ ଦ୍ୱିତୀୟ ବିବାହ କରିନେବେ। ନୂଆ ସ୍ତ୍ରୀ ଆସିଲେ ମୋ ବେକରେ ପଡ଼ିଥିବା ୯ ଲକ୍ଷର ହାର ଘରେ ଖୋଜିବ। ଆଉ ହାର ନପାଇଲେ ଦୁହିଁଙ୍କର ଝଗଡ଼ା ହେବ। ତେବେ ଯାଇ ମୋ ଆତ୍ମାକୁ ଶାନ୍ତି ମିଳିବ !!

Advertisment