ମାୟାବତୀଙ୍କୁ ଗରମ ଦିନରେ ବି ଥଣ୍ଡା ଲାଗୁଛି। ଏହାର ଚିକିତ୍ସା ପାଇଁ ସେ ଡାକ୍ତରଙ୍କ ପାଖରୁ ନଯାଇ ବାବାଙ୍କ ପାଖକୁ ଗଲେ। ସେଠାରେ ପହଞ୍ଚିବା ପରେ ଧ୍ୟାନମଗ୍ନ ଥିବା ବାବା ଧ୍ୟାନ ଭାଙ୍ଗି ମାୟାବତୀଙ୍କୁ ଅସୁବିଧା ସମ୍ପର୍କରେ ପଚାରିଲେ।
ବାବା : କୁହ ବତ୍ସ ତୁମର କେଉଁ ଅସୁବିଧା ହୋଇଛି ?
ମାୟାବତୀ : ବାବା ମୋତେ ଅଧିକ ଗରମ ଦିନେ ବି ଥଣ୍ଡା ଲାଗୁଛି। ଏହାର ଚିକିତ୍ସା କେମିତି କରିବି କିଛି ଉପାୟ କୁହନ୍ତୁ।
ବାବା : ବତ୍ସ ତୁମେ କ’ଣ ପରଟା ଖାଉଛ ?
ମାୟାବତୀ : ହଁ ବାବା…
ବାବା : କେଉଁ ତେଲରେ ପରଟା ତିଆରି କରୁଛ ?
ମାୟାବତୀ : ରିଫାଇଣ୍ଡ ତେଲ...
ବାବା : ବାସ୍ ଏଥିରେ ତ ଅସୁବିଧା ରହିଛି। ରିଫାଇଣ୍ଡ ତେଲ ନୁହେଁ, ନବରତ୍ନ ତେଲରେ ପରଟା ତିଆରି କରି ଖାଅ। ବାବାଙ୍କର କୃପା ତୁମ ଉପରେ ରହିବ, ଆଉ ଥଣ୍ଡା ଲାଗିବ ନାହିଁ !!