Advertisment

ସ୍ତ୍ରୀ ହେବାର ପ୍ରମାଣପତ୍ର

ପପୁ ଅଫିସରେ ପାର୍ଟି ଥିଲା। ପାର୍ଟିରେ ପ୍ରୀତି ବି ତା’ ସହିତ ରହିଥିଲା। ପାର୍ଟି ସରୁ ସରୁ ଟିକେ ଲେଟ୍‌ ହୋଇଗଲା। ତେଣୁ ସ୍ୱାମୀସ୍ତ୍ରୀ ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ ବାଟରେ ପୁଲିସ ସେମାନଙ୍କ କାର୍‌ରୁ ରଖି ଯାଞ୍ଚ ଆରମ୍ଭ କଲା। ଗାଡ଼ିର କାଗଜପତ୍ର ଚେକ୍‌ କରିବା ପରେ ପୁଲିସ ଇନସ୍ପେକ୍ଟର ପପୁକୁ କହିଲେ, ସାଙ୍ଗରେ ଆପଣଙ୍କ ସହିତ ଥିବା ଏ ମହାଶୟା ଜଣକ କିଏ? ପପୁ : ସାର୍‌ ଇଏ ମୋ ସ୍ତ୍ରୀ… ଇନସ୍ପେକ୍ଟର : […]

author-image
Puspanjali Panda
ଅଦ୍ୟତନ ହୋଇଛି
ସ୍ତ୍ରୀ ହେବାର ପ୍ରମାଣପତ୍ର

jokes

ପପୁ ଅଫିସରେ ପାର୍ଟି ଥିଲା। ପାର୍ଟିରେ ପ୍ରୀତି ବି ତା’ ସହିତ ରହିଥିଲା। ପାର୍ଟି ସରୁ ସରୁ ଟିକେ ଲେଟ୍‌ ହୋଇଗଲା। ତେଣୁ ସ୍ୱାମୀସ୍ତ୍ରୀ ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ ବାଟରେ ପୁଲିସ ସେମାନଙ୍କ କାର୍‌ରୁ ରଖି ଯାଞ୍ଚ ଆରମ୍ଭ କଲା।

Advertisment

ଗାଡ଼ିର କାଗଜପତ୍ର ଚେକ୍‌ କରିବା ପରେ ପୁଲିସ ଇନସ୍ପେକ୍ଟର ପପୁକୁ କହିଲେ, ସାଙ୍ଗରେ ଆପଣଙ୍କ ସହିତ ଥିବା ଏ ମହାଶୟା ଜଣକ କିଏ?

ପପୁ : ସାର୍‌ ଇଏ ମୋ ସ୍ତ୍ରୀ…

ଇନସ୍ପେକ୍ଟର : ଏ ମହାଶୟା ଆପଣଙ୍କ ସ୍ତ୍ରୀ ବୋଲି କିଛି ପ୍ରମାଣ ଅଛି !

ପପୁ : ଇନସ୍ପେକ୍ଟରଙ୍କ କଥା ଶୁଣି ପ୍ରଥମେ ଦୁଇ ମିନିଟ୍‌ ଭାବିବାକୁ ଲାଗିଲା। ଏହାପରେ ଗାଡ଼ିରୁ ବାହାରି ଇନସ୍ପେକ୍ଟରଙ୍କୁ ଟିକେ ଦୂର ସ୍ଥାନକୁ ନେଇଗଲା ଏବଂ ଚୁପ୍‌ ଚୁପ୍‌ କହିଲା, ସାର୍‌ ଆପଣ ଯଦି କୌଣସି ପ୍ରକାର ପ୍ରମାଣ କରିଦେବେ ଇଏ ମୋ ସ୍ତ୍ରୀ ନୁହେଁ, ତା’ହେଲେ ମୋ ୨୫ ଲକ୍ଷର ଘର ମୁଁ ଆପଣଙ୍କ ନାମରେ କରିଦେବି। ପପୁର ଏହି କଥା ଶୁଣି ଇନସ୍ପେକ୍ଟର ସେଠାରେ ବେହୋସ୍ ହୋଇଗଲେ !!

Advertisment