ଗାର୍ଲଫ୍ରେଣ୍ଡ : ଯଦି ତୁମର ଏବର୍ଷ ସରକାରୀ ଚାକିରି ନହେଲା, ତେବେ ଆମ ଘରଲୋକ ବାହାଘର ପାଇଁ ରାଜି ହେବେ ନାହିଁ।
ଚିଣ୍ଟୁ : ତେବେ ତୁମେ କ’ଣ କରିବ ?
ଗାର୍ଲଫ୍ରେଣ୍ଡ : ତାଙ୍କ କଥା ମାନି ଅନ୍ୟ ଆଡ଼େ ବାହା ହୋଇଯିବି !
ଚିଣ୍ଟୁ : ସରକାରୀ ଚାକିରି ନହେଇ ପଛେ ଚାଲ ଏବେ ବାହା ହୋଇଯିବା।
ଗାର୍ଲଫ୍ରେଣ୍ଡ : ଚାକିରି ନକଲେ କେମିତି ବାହା ହେବା, ଘରେ ରାଜି ହେବେ ନାହିଁ।
ଚିଣ୍ଟୁ : ତୁମେ ବୁଝୁନ କାହିଁକି, ମୋର ସରକାରୀ ଚାକିରି ହୋଇଗଲେ, ଆମ ଘରେ ତୁମ ସାଙ୍ଗରେ ବାହାଘର କରିବାକୁ ରାଜି ହେବେନାହିଁ !!