Advertisment

ପପୁ ଜେଜେଙ୍କ ୧୦ କୋଟିର ଲଟେରୀ

ପପୁର ୯୦ ବର୍ଷୀୟ ଜେଜେବାପାଙ୍କ ନାମରେ ୧୦ କୋଟି ଟଙ୍କାର ଲଟେରୀ ଲାଗିଲା। ଏତେ ବଡ଼ ଖୁସି ଖବର ଶୁଣିବା ପରେ କାଳେ ଜେଜେବାପାଙ୍କର ଖୁସିରେ ହାର୍ଟ ଆଟାକ୍‌ ହୋଇଯିବ, ଏହା ଚିନ୍ତା କରି ପପୁ ଓ ତା’ର ଘରଲୋକେ ଅଚାନକ ତାଙ୍କୁ ଏହି ଖୁସି ଖବର ଦେଲେ ନାହିଁ। ସମସ୍ତେ ଘରେ ବସି ବିଚାର କଲେ ପ୍ରଥମେ ଡାକ୍ତରଙ୍କୁ ଡାକିବେ, ଏହାପରେ ଯାଇ ଡାକ୍ତରଙ୍କ ଉପସ୍ଥିତିରେ ଜେଜେବାପାଙ୍କୁ ଏହି ଖୁସି ଖବର ଦେବେ। ଯଦି ସେହି […]

ଅଦ୍ୟତନ ହୋଇଛି
ପପୁ ଜେଜେଙ୍କ ୧୦ କୋଟିର ଲଟେରୀ

loty

Advertisment

ପପୁର ୯୦ ବର୍ଷୀୟ ଜେଜେବାପାଙ୍କ ନାମରେ ୧୦ କୋଟି ଟଙ୍କାର ଲଟେରୀ ଲାଗିଲା। ଏତେ ବଡ଼ ଖୁସି ଖବର ଶୁଣିବା ପରେ କାଳେ ଜେଜେବାପାଙ୍କର ଖୁସିରେ ହାର୍ଟ ଆଟାକ୍‌ ହୋଇଯିବ, ଏହା ଚିନ୍ତା କରି ପପୁ ଓ ତା’ର ଘରଲୋକେ ଅଚାନକ ତାଙ୍କୁ ଏହି ଖୁସି ଖବର ଦେଲେ ନାହିଁ।

Advertisment

ସମସ୍ତେ ଘରେ ବସି ବିଚାର କଲେ ପ୍ରଥମେ ଡାକ୍ତରଙ୍କୁ ଡାକିବେ, ଏହାପରେ ଯାଇ ଡାକ୍ତରଙ୍କ ଉପସ୍ଥିତିରେ ଜେଜେବାପାଙ୍କୁ ଏହି ଖୁସି ଖବର ଦେବେ। ଯଦି ସେହି ସମୟରେ ଜେଜେଙ୍କର ହାର୍ଟ ଆଟାକ୍‌ ହୁଏ, ତେବେ ଡାକ୍ତର ସମ୍ଭାଳି ନେବେ।

ସହରର ଜଣେ ଜଣାଶୁଣା ଡାକ୍ତରଙ୍କ ସହ ଯୋଗାଯୋଗ କରାଗଲା। ଡାକ୍ତର ଘରଲୋକଙ୍କୁ ବିଶ୍ୱାସ ଦେଇ କହିଲେ, କେହି ଚିନ୍ତା କରନ୍ତୁ ନାହିଁ, ସବୁକିଛି ଠିକ୍‌ ହୋଇଯିବ। ଜେଜେବାପାଙ୍କୁ ୧୦କୋଟି ଲଟେରୀର ସମାଚାର ମୁଁ ନିଜେ ଦେବି। ଜେଜେଙ୍କୁ କିଛି ହେବ ନାହିଁ, ଏହି ଗାରେଣ୍ଟି ମୁଁ ଦେଉଛି।

Advertisment

ଡାକ୍ତରବାବୁ ପପୁର ଜେଜେବାପାଙ୍କ ପାଖକୁ ଗଲେ ଏବଂ କିଛି ସମୟର ଏଣୁତେଣୁ କଥାବାର୍ତ୍ତା ହେଲେ।

ଏହାପରେ ଡାକ୍ତର କହିଲେ, ଜେଜେ ମୁଁ ତୁମକୁ ଏକ ଶୁଭ ସମାଚାର ଦେବା ପାଇଁ ଚାହୁଁଛି। ତୁମ ନାମରେ ୧୦ କୋଟିର ଲଟେରୀ ଲାଗିଛି।

ଜେଜେ : ଭଲ ଖବର ଶୁଣେଇଲେ ଯେ ଏ ବୟସରେ ମୁଁ ଏତେ ଟଙ୍କା କ’ଣ କରିବି। ତୁମେ ଏହି ଖୁସି ଖବର ଶୁଣାଇଲ ମାନେ ଏଥିରୁ ଅଧେ ଟଙ୍କା ମୁଁ ତୁମକୁ ଦେଉଛି।

ଏହି କଥା ଶୁଣିବା ପରେ ଖୁସିକୁ ସମ୍ଭାଳି ନପାରି ଡାକ୍ତରଙ୍କର ହାର୍ଟ ଆଟାକ୍‌ ହୋଇଗଲା ଏବଂ ସେ ଚେୟାର୍‌ରୁ ତଳେ ପଡ଼ିଗଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe