Advertisment

ଜଲଦି ଉଠ, ପାଞ୍ଚଟା ବାଜିଲାଣି !

ମଙ୍ଗଳବାର ଏକ ଜରୁରୀ କାମରେ ପପୁ ବାହାରକୁ ଯିବାର ଥିଲା। ହେଲେ ପପୁର ଅସୁବିଧା ହେଲା ସକାଳୁ ତାର ନିଦ ଭଙ୍ଗେନି। ପ୍ରୀତିକୁ ଉଠାଇବା ପାଇଁ କହିଦେବ ବୋଲି ଭାବିଲା। ହେଲେ ପ୍ରୀତି ସାଙ୍ଗେ ତାର ଜୋରସୋରରେ ଝଗଡ଼ା ହୋଇଥିଲା। ତେଣୁ କହିବାକୁ ସାହସ ଜୁଟାଇ ପାରିଲା ନାହିଁ। ପପୁ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। କଥା ସିନା ହେଉନାହିଁ କାଗଜରେ ଲେଖି ପ୍ରୀତିକୁ ଜଣାଇ ଦେବ ଯେ ତାକୁ ସକାଳୁ ନିଦରୁ ଉଠାଇ ଦେବାପାଇଁ। ପପୁ […]

ଜଲଦି ଉଠ, ପାଞ୍ଚଟା ବାଜିଲାଣି !

papu45

Advertisment

ମଙ୍ଗଳବାର ଏକ ଜରୁରୀ କାମରେ ପପୁ ବାହାରକୁ ଯିବାର ଥିଲା। ହେଲେ ପପୁର ଅସୁବିଧା ହେଲା ସକାଳୁ ତାର ନିଦ ଭଙ୍ଗେନି। ପ୍ରୀତିକୁ ଉଠାଇବା ପାଇଁ କହିଦେବ ବୋଲି ଭାବିଲା। ହେଲେ ପ୍ରୀତି ସାଙ୍ଗେ ତାର ଜୋରସୋରରେ ଝଗଡ଼ା ହୋଇଥିଲା। ତେଣୁ କହିବାକୁ ସାହସ ଜୁଟାଇ ପାରିଲା ନାହିଁ।

Advertisment

ପପୁ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। କଥା ସିନା ହେଉନାହିଁ କାଗଜରେ ଲେଖି ପ୍ରୀତିକୁ ଜଣାଇ ଦେବ ଯେ ତାକୁ ସକାଳୁ ନିଦରୁ ଉଠାଇ ଦେବାପାଇଁ।

ପପୁ କାଗଜରେ ପ୍ରୀତିକୁ ଲେଖିଲା, 'ମୋତେ ଭୋର ପାଞ୍ଚଟାରୁ ସକାଳେ ଉଠାଇ ଦେବ।'

ଏତକ ଲେଖି ସେ ଗତକାଲି ରାତିରେ ପ୍ରୀତି ଶୋଇଥିବା ତକିଆ ତଳେ କାଗଜଟିକୁ ରଖିଦେଲା। ପପୁର ବିଶ୍ୱାସ ଥିଲା ପ୍ରୀତି ସେ କାଗଜକୁ ଦେଖି ତାକୁ ନିଶ୍ଚିୟ ସକାଳୁ ଉଠାଇଦେବ।

Advertisment

ହେଲେ ଆଜି ଉଠିବା ବେଳକୁ ସକାଳ ଆଠ। ତରତର ହୋଇ ଉଠି ପପୁ ତକିଆ ତଳୁ ଏକ ଲେଖାଟିଏ ପାଇଲା। ଯେଉଁଥିରେ ଲେଖାଥିଲା, ଜଲଦି ଉଠ, ପାଞ୍ଚଟା ବାଜିଲାଣି!!!!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe