Advertisment

ସ୍ୱାମୀର କଥା ଶୁଣି ମରଣ ମୁହଁରୁ ଉଠି ବସିଲା ସ୍ତ୍ରୀ

ରବିବାର ପ୍ରୀତି ଓ ପପୁ ବାହାରକୁ ବୁଲିବାକୁ ବାହାରିଲେ। ରାସ୍ତାରେ ପପୁ ଗାଡ଼ି ଆଗକୁ ଷଣ୍ଢଟିଏ ଚାଲି ଆସିବାରୁ ଆକ୍ସିଡେଣ୍ଟ ହୋଇଗଲା। ପପୁର ତ କିଛି ହେଲାନି। ହେଲେ ପ୍ରୀତି ବିଚାରି ଗାଡ଼ିରୁ ଛିଟିକି ପଡ଼ି ରାସ୍ତାରେ ପଡ଼ିଲା। ସଙ୍ଗେ ସଙ୍ଗେ ପପୁ ପ୍ରୀତିକୁ ଡାକ୍ତରଖାନା ନେଇଗଲା। ପ୍ରୀତିର ଅବସ୍ଥା ସିରିଏସ୍‌ ଥିବାରୁ ଡାକ୍ତର ତାକୁ ଆଇସିୟୁରେ ଭର୍ତ୍ତି କଲେ। ପ୍ରୀତିର ଏ ଅବସ୍ଥା ଦେଖି ପପୁ କାନ୍ଦିବାକୁ ଲାଗିଲା ଓ ମନେ ମନେ ନିଜକୁ ଦୋଷ […]

ସ୍ୱାମୀର କଥା ଶୁଣି ମରଣ ମୁହଁରୁ ଉଠି ବସିଲା ସ୍ତ୍ରୀ

jokes

Advertisment

ରବିବାର ପ୍ରୀତି ଓ ପପୁ ବାହାରକୁ ବୁଲିବାକୁ ବାହାରିଲେ। ରାସ୍ତାରେ ପପୁ ଗାଡ଼ି ଆଗକୁ ଷଣ୍ଢଟିଏ ଚାଲି ଆସିବାରୁ ଆକ୍ସିଡେଣ୍ଟ ହୋଇଗଲା। ପପୁର ତ କିଛି ହେଲାନି। ହେଲେ ପ୍ରୀତି ବିଚାରି ଗାଡ଼ିରୁ ଛିଟିକି ପଡ଼ି ରାସ୍ତାରେ ପଡ଼ିଲା। ସଙ୍ଗେ ସଙ୍ଗେ ପପୁ ପ୍ରୀତିକୁ ଡାକ୍ତରଖାନା ନେଇଗଲା। ପ୍ରୀତିର ଅବସ୍ଥା ସିରିଏସ୍‌ ଥିବାରୁ ଡାକ୍ତର ତାକୁ ଆଇସିୟୁରେ ଭର୍ତ୍ତି କଲେ। ପ୍ରୀତିର ଏ ଅବସ୍ଥା ଦେଖି ପପୁ କାନ୍ଦିବାକୁ ଲାଗିଲା ଓ ମନେ ମନେ ନିଜକୁ ଦୋଷ ଦେଲା। କିଛି ସମୟ ପରେ ଡାକ୍ତର ପପୁକୁ ଆଇସିୟୁ ଭିତରକୁ ଡାକି କହିଲେ...

Advertisment

ଡାକ୍ତର : ଆମେ ତୁମ ସ୍ତ୍ରୀକୁ ବଞ୍ଚାଇବା ପାଇଁ ପୂରା ଚେଷ୍ଟା କରୁଛୁ, ହେଲେ ସେ କିଛି କହିପାରୁନାହାନ୍ତି। ଲାଗୁଛି ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତୁମ ସ୍ତ୍ରୀ କୋମାକୁ ଚାଲିଗଲେ। ଏବେ ଆମ ହାତରେ କିଛି ନାହିଁ ଭଗବାନ ହିଁ ତୁମ ସ୍ତ୍ରୀକୁ ବଞ୍ଚାଇପାରିବେ।

ପପୁ : କାନ୍ଦି କାନ୍ଦି କହିଲା ସାର୍‌, ଏବେ ତା’ର ମରିବାର ବୟସ ବି ହୋଇନି କେବଳ ୪୦ ବର୍ଷ ମାତ୍ର...
ପପୁ ପାଟିରୁ ଏକଥା ସରିଛି କି ନାହିଁ ଆଇସିୟୁରେ ଏକ ଚମତ୍କାର ହେଲା। ପ୍ରୀତିର ହାର୍ଟ ବିଟ୍‌ ବଢ଼ିବା ସହିତ ହାତ, ଗୋଡ଼ ଓ ପାଟି ଥରିବାକୁ ଲାଗିଲା ଏବଂ ସେ ରାଗିଯାଇ କହିଲା ମୋତେ ୪୦ ନୁହେଁ ୩୬ ବର୍ଷ !!!

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe