ପତିବ୍ରତା ସ୍ତ୍ରୀ

ପ୍ରୀତି ତା’ର ସ୍ୱାମୀ ପପୁକୁ ସବୁଦିନ ଅପେକ୍ଷା କରିରହିଥାଏ। ଅଫିସରୁ ପପୁ ଘରକୁ ଫେରିବା ପରେ ସ୍ୱାମୀସ୍ତ୍ରୀ ସାଙ୍ଗ ହୋଇ ଖାଇଥା’ନ୍ତି। ଏହି କଥା ପାଖ ସାଇପଡ଼ିଶା ଜାଣିବା ପରେ ପ୍ରୀତିର ବହୁତ ପ୍ରଶଂସା ଓ ସମ୍ମାନ କରିବାକୁ ଲାଗିଲେ। ଜଣେ ମହିଳା କହିଲେ, ପ୍ରୀତି ତୁମେ ଜଣେ ମହାନ୍‌, ପତିବ୍ରତା, ସତୀ, ଦେବୀ ଓ ସ୍ୱାଧୀ ସ୍ତ୍ରୀ। ତୁମେ ଭାରତୀୟ ସଂସ୍କୃତିର ପୂଜାରିଣୀ। ଆମ ପ୍ରେରଣା ତୁମେ। ଏହି କଳିଯୁଗରେ ତୁମେ ସବୁ ସ୍ତ୍ରୀଙ୍କ ପାଇଁ […]

jokes

Puspanjali Panda
  • Published: Monday, 17 August 2020
  • , Updated: 17 August 2020, 02:27 PM IST

ପ୍ରୀତି ତା’ର ସ୍ୱାମୀ ପପୁକୁ ସବୁଦିନ ଅପେକ୍ଷା କରିରହିଥାଏ। ଅଫିସରୁ ପପୁ ଘରକୁ ଫେରିବା ପରେ ସ୍ୱାମୀସ୍ତ୍ରୀ ସାଙ୍ଗ ହୋଇ ଖାଇଥା’ନ୍ତି। ଏହି କଥା ପାଖ ସାଇପଡ଼ିଶା ଜାଣିବା ପରେ ପ୍ରୀତିର ବହୁତ ପ୍ରଶଂସା ଓ ସମ୍ମାନ କରିବାକୁ ଲାଗିଲେ।

ଜଣେ ମହିଳା କହିଲେ, ପ୍ରୀତି ତୁମେ ଜଣେ ମହାନ୍‌, ପତିବ୍ରତା, ସତୀ, ଦେବୀ ଓ ସ୍ୱାଧୀ ସ୍ତ୍ରୀ। ତୁମେ ଭାରତୀୟ ସଂସ୍କୃତିର ପୂଜାରିଣୀ। ଆମ ପ୍ରେରଣା ତୁମେ। ଏହି କଳିଯୁଗରେ ତୁମେ ସବୁ ସ୍ତ୍ରୀଙ୍କ ପାଇଁ ଆଦର୍ଶ ନାରୀ।

ଦିନେ ଅନ୍ୟ ଏକ ମହିଳା ପ୍ରୀତିକୁ ପଚାରିଲେ, ଏତେ ତପସ୍ୟା ତୁମେ କିପରି କରିପାରୁଛ ? ନିଜେ ଭୋକରେ ରହି ସ୍ୱାମୀଙ୍କ ଖାଇବା ବାଟକୁ ଚାହିଁ ରହୁଛ...

ପ୍ରୀତି ହସି ହସି କହିଲା, କ’ଣ ଆଉ କରିବି, ମୋର ଭାଗ୍ୟ, ମୋ ସ୍ୱାମୀ ଘରକୁ ଆସି ଖାଇବା ତିଆରି କଲା ପରେ ତ ଖାଇବି !!!

Related story