ଦିନେ ପପୁର ବହୁତ ଦେହ ଖରାପ ହୋଇଗଲା। ତେଣୁ ସେ ଡ଼େରି ନକରି ଡାକ୍ତରଙ୍କ ପାଖକୁ ଚେକଅପ୍ ପାଇଁ ଗଲା।
ଡାକ୍ତର ପପୁର ପୂରା ଚେକଅପ୍ କରି ସାରିବା ପରେ କହିଲେ, ତୁମ ପାଇଁ ବହୁତ ଦୁଃଖ ଖବରଟେ ଅଛି।
ପପୁ : ମୋର କ’ଣ ହୋଇଛି ସାର୍ ?
ଡାକ୍ତର : ତୁମର ଗୋଟିଏ କିଡ୍ନୀ ଫେଲ୍ ହୋଇଯାଇଛି।
ଏହା ଶୁଣି ପପୁ ବହୁତ ଜୋର୍ରେ କାନ୍ଦିବାକୁ ଲାଗିଲା। ଡାକ୍ତର ବହୁତ ବୁଝାଇବା ପରେ ଯାଇ ଶାନ୍ତ ହେଲା।
ଶାନ୍ତ ହେବା ପରେ ପପୁ : ଡାକ୍ତରବାବୁ ଖାଲି ଏତିକି ତ କହିଦିଅନ୍ତୁ, ମୋ କିଡ୍ନୀ କେତେ ନମ୍ୱରରେ ଫେଲ୍ ହୋଇଛି !!!