ଥରେ ଜଣେ ସ୍ୱାମୀ ମରିବା ପୂର୍ବରୁ ନିଜ ସ୍ତ୍ରୀଙ୍କୁ କେତେକ ଅପରାଧ ସ୍ୱୀକାର କରୁଥିଲେ।
ସ୍ୱାମୀ : ପ୍ରିୟ, ମୁଁ ଦୁଇ ବର୍ଷ ପୂର୍ବେ ଆଲମାରିରୁ ତୁମର ସୁନା ସେଟ୍ ଟିଏ ଚୋରି କରିଥିଲି।
ସ୍ତ୍ରୀ (କାନ୍ଦି କାନ୍ଦି) : କିଛି କଥା ନାହିଁ।
ସ୍ୱାମୀ : ଏକ ବର୍ଷ ପୂର୍ବେ ତୁମ ଭାଇ ତୁମକୁ ଯେଉଁ ଲକ୍ଷେ ଟଙ୍କା ଦେଇଥିଲେ, ତା’କୁ ମଧ୍ୟ ମୁଁ ପାର କରି ଦେଇଥିଲି।
ସ୍ତ୍ରୀ : ହୋଉ, କିଛି କଥା ନାହିଁ, ସେ କଥା ପାଇଁ ବି ତୁମକୁ କ୍ଷମା କରିଦେଲି।
ସ୍ୱାମୀ : ତୁମର କମିଟିର ଟଙ୍କା ମଧ୍ୟ ମୁଁ ଚୋରି କରିଥିଲି।
ସ୍ତ୍ରୀ : ଓହୋ, ତା’କୁ ବି ମୁଁ କ୍ଷମା କରିଦେଲି।
ମୁଁ ତୁମକୁ ବିଷ ଦେଇଥିଲି। ସେଥିପାଇଁ ଆମର ହିସାବ ବରାବର।