ପପୁ ସାଇକେଲ ନେଇ ବଜାର ଯାଇଥିଲା। ଏହି ସମୟରେ ଆରପଟୁ ଦୀପୁ ଆସି ପପୁ ସହ ଧକ୍କା ହୋଇଗଲା। ପପୁ ଖଣ୍ଡିଆ ଖାବରା ହୋଇ ତଳେ ପଡ଼ିଲା। ପପୁ ଚଟାପଟ ଝାଡ଼ିଝୁଡ଼ି ହୋଇ ଉଠି ଦୀପୁକୁ ଗାଳି ଦେବାକୁ ବାହାରିଲା।
ଦୀପୁ : ଭାଇ ତମ ଭାଗ୍ୟ ଭଲ ଆଜି ବଞ୍ଚିଗଲ।
ପପୁ : ଆରେ ତୁ ବଡ଼ ବଦମାସ ପିଲା ମୋତେ ଧକ୍କା କରି କହୁଛୁ ନା କ'ଣ ଭାଗ୍ୟ ଭଲ ବଞ୍ଚିଗଲ...
ଦୀପୁ : ଆରେ ଭାଇ ରାଗନ୍ତୁନି। ଆଜି ମୋର ଛୁଟି ଥିଲା। ସେଥିପାଇଁ ବାଇକ ଚଳାଉଛି। ନହେଲେ ପରା ମୁଁ ଟ୍ରକ ଚଲାଏ। ଟ୍ରକ ତଳକୁ ଆସିଥିଲେ ତମେ କ'ଣ ବଞ୍ଚିଥା’ନ୍ତ!!!