ପପୁ ଗାଧୁଆପାଧୁଆ ସାରି ବାଥରୁମରୁ ବାହାରିବା ପରେ ପ୍ରୀତି ରାଗିପାଚି ଲାଲ ଦେଖାଯାଉଛି। ପପୁକୁ ଦେଖି ପ୍ରୀତି କଡ଼ା ସ୍ୱରରେ ପଚାରିଲା: କାଲି ରାତିରେ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ? ଖାଲି ମୋତେ ନୁହେଁ ମୋ ବାପାଙ୍କୁ ବି ଗାଳି କରୁଥିଲ!!!
ପପୁ: ନାଇଁ ତମେ ମିଛ କହୁଛ।
ପ୍ରୀତି ମୋବାଇଲଟା ଆଣି ରାତିରେ ରେକର୍ଡ କରିଥିବା ପପୁର କଥାକୁ ଶୁଣାଇ କହିଲା: ଏବେ କୁହ ମୁଁ ମିଛ କହୁଛି ବୋଲି!!
ପପୁ: ତଥାପି ବି ମୁଁ କହିବି ତମେ ମିଛ କହୁଛ।
ପ୍ରୀତି ରାଗିଯାଇ କହିଲା: ପ୍ରମାଣ ଦେବା ପରେ ବି ମୋ କଥା ତୁମକୁ ମିଛ ଲାଗୁଛି।
ପପୁ: ମିଛ ନୁହେଁ ତ ଆଉ କ'ଣ? ମୁଁ ସେତେବେଳେ ଶୋଇନଥିଲି। ତେଣୁ ସ୍ୱପ୍ନରେ ଗାଳି ଦେବାର ଚାନ୍ସ ନାହିଁ!!!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।