ସ୍ୱପ୍ନରେ ଶ୍ୱଶୁରଙ୍କୁ ଗାଳି ଦେଲା ପପୁ

ପପୁ ଗାଧୁଆପାଧୁଆ ସାରି ବାଥରୁମରୁ ବାହାରିବା ପରେ ପ୍ରୀତି ରାଗିପାଚି ଲାଲ ଦେଖାଯାଉଛି। ପପୁକୁ ଦେଖି ପ୍ରୀତି କଡ଼ା ସ୍ୱରରେ ପଚାରିଲା: କାଲି ରାତିରେ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ? ଖାଲି ମୋତେ ନୁହେଁ ମୋ ବାପାଙ୍କୁ ବି ଗାଳି କରୁଥିଲ!!! ପପୁ: ନାଇଁ ତମେ ମିଛ କହୁଛ। ପ୍ରୀତି ମୋବାଇଲଟା ଆଣି ରାତିରେ ରେକର୍ଡ କରିଥିବା ପପୁର କଥାକୁ ଶୁଣାଇ କହିଲା: ଏବେ କୁହ ମୁଁ ମିଛ କହୁଛି ବୋଲି!! ପପୁ: ତଥାପି ବି […]

papu

Puspanjali Panda
  • Published: Friday, 17 July 2020
  • , Updated: 17 July 2020, 03:13 PM IST

ପପୁ ଗାଧୁଆପାଧୁଆ ସାରି ବାଥରୁମରୁ ବାହାରିବା ପରେ ପ୍ରୀତି ରାଗିପାଚି ଲାଲ ଦେଖାଯାଉଛି। ପପୁକୁ ଦେଖି ପ୍ରୀତି କଡ଼ା ସ୍ୱରରେ ପଚାରିଲା: କାଲି ରାତିରେ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ? ଖାଲି ମୋତେ ନୁହେଁ ମୋ ବାପାଙ୍କୁ ବି ଗାଳି କରୁଥିଲ!!!

ପପୁ: ନାଇଁ ତମେ ମିଛ କହୁଛ।

ପ୍ରୀତି ମୋବାଇଲଟା ଆଣି ରାତିରେ ରେକର୍ଡ କରିଥିବା ପପୁର କଥାକୁ ଶୁଣାଇ କହିଲା: ଏବେ କୁହ ମୁଁ ମିଛ କହୁଛି ବୋଲି!!

ପପୁ: ତଥାପି ବି ମୁଁ କହିବି ତମେ ମିଛ କହୁଛ।

ପ୍ରୀତି ରାଗିଯାଇ କହିଲା: ପ୍ରମାଣ ଦେବା ପରେ ବି ମୋ କଥା ତୁମକୁ ମିଛ ଲାଗୁଛି।

ପପୁ: ମିଛ ନୁହେଁ ତ ଆଉ କ'ଣ? ମୁଁ ସେତେବେଳେ ଶୋଇନଥିଲି। ତେଣୁ ସ୍ୱପ୍ନରେ ଗାଳି ଦେବାର ଚାନ୍ସ ନାହିଁ!!!

Related story