/odisha-reporter/media/post_attachments/uploads/2020/08/papu.jpg)
papu
ପ୍ରୀତିର ଘରେ ବହୁତ କାମ। ଆଜିକାଲି ସେ ଘରର ଅଧିକ କାମ କଲେ ପପୁ ଉପରେ ଗରଗର ହେଉଛି। ପପୁ ବି କରୋନା ପାଇଁ ଅଫିସ ନଯାଇ ୱାର୍କ ଫ୍ରମ୍ ହୋମ୍ କରୁଛି। ତେଣୁ ପ୍ରୀତିକୁ କାମରେ ସାହାଯ୍ୟ କରିବା ପାଇଁ ଚିନ୍ତା କଲା। ହେଲେ ଏ ବର୍ଷାଦିନେ ପପୁ ଯେବେ ବି ଡ୍ରେସ୍ ସଫା କରିବା ପାଇଁ ଚିନ୍ତା କରୁଛି। ବର୍ଷା ହେବାରେ ଲାଗୁଛି।
Advertisment
ଦିନେ ପ୍ରବଳ ଖରା ହେଲା, ପପୁ ଖୁସି ହୋଇ ଡ୍ରେସ ସଫା କରିବ ବୋଲି ଚିନ୍ତା କଲା। ହେଲେ ଘରେ ସର୍ପ ନଥିଲା। ତେଣୁ ସେ ଦୋକାନକୁ ସର୍ପ ଆଣିବା ପାଇଁ ଗଲା !!
ପପୁ ଯେମିତି ଦୋକାନରେ ପହଞ୍ଚିଛି, ଆକାଶରେ କଳା ବାଦଲ ଢ଼ାଙ୍କି ଆସିଲା।
ପପୁ ଆକାଶକୁ ଚାହିଁ କହିଲା, କ’ଣ ହେଲା, ଇନ୍ଦ୍ର ଦେବତା, ମୁଁ ସର୍ପ ନୁହେଁ, ବିସ୍କୁଟ ନେବା ପାଇଁ ଆସିଛି। ଆଜି ବର୍ଷା ନହେଲେ ହୁଅନ୍ତାନି !!!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
