ପ୍ରଥମଥର ପାଇଁ ରେଲୱେ ଚାକିରି ରିଟେନ୍ରେ ସିଲେକ୍ଟ ହେବା ପରେ ପପୁ ଇଣ୍ଟରଭ୍ୟୁ ଦେବା ପାଇଁ ଗଲା।
ଇଣ୍ଟରଭ୍ୟୁରେ ବସ୍ ପପୁକୁ ପ୍ରଶ୍ନ କଲେ...
ବସ୍ : ପପୁ ଯଦି ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ ଆମନାସାମ୍ନା ହୋଇ ଆସୁଛନ୍ତି, ତେବେ ତୁମେ କ’ଣ କରିବ ?
ପପୁ : ଲାଲ୍ ପତାକା ଦେଖାଇ ଦେବି, ଟ୍ରେନ୍ ରହିଯିବ।
ବସ୍ : ଯଦି ଲାଲ୍ ପତାକା ତୁମକୁ ମିଳିବ ନାହିଁ...ତେବେ ?
ପପୁ : ତା’ହେଲେ ଟର୍ଚ୍ଚ ମାରିବି।
ବସ୍ : ଯଦି ଟର୍ଚ୍ଚ ବି ମିଳିଲାନାହିଁ !!
ପପୁ : ତେବେ ମୁଁ ମୋ ଲାଲ୍ ଶାର୍ଟ ବାହାର କରି ଦେଖାଇବି...
ବସ୍ : ଆଚ୍ଛା ଯଦି ତୁମେ ସେଦିନ ଲାଲ୍ ଶାର୍ଟ ପିନ୍ଧି ନଥିବ, ତେବେ କ’ଣ କରିବ ?
ପପୁ : ତା’ହେଲେ ସାର୍ ମୁଁ ମୋ ପିଇଷୀଙ୍କ ପୁଅକୁ ଡାକି ଆଣିବି।
ବସ୍ : କାହିଁକି ?
ପପୁ : କାରଣ ସେ କେବେ ଦୁଇଟି ଟ୍ରେନକୁ ମୁହାଁମୁହିଁ ହେଉଥିବା ଦେଖିନାହିଁ।