ପପୁ ପୁଅ ଜଟିଆର ବାହାଘର ହୋଇପାରୁନି। ଏଥିପାଇଁ ତା ମା' ପ୍ରୀତି ବଡ଼ ଚିନ୍ତାରେ ରହିଛି। ଜଟିଆର ଜାତକକୁ ଗୋଟିଏ ଜ୍ୟୋତିଷକୁ ଦେଖାଇବା ପାଇଁ ପ୍ରୀତି ଚିନ୍ତା କଲା। ତେଣୁ ସ୍ୱାମୀସ୍ତ୍ରୀ ଦୁହେଁ ଜ୍ୟୋତିଷଙ୍କ ପାଖରେ ଯାଇ ପହଞ୍ଚିଲେ।
ଜ୍ୟୋତିଷ : ତୁମ ସ୍ୱାମୀଙ୍କ ନାଁ ପପୁ ?
ପ୍ରୀତି : ଆଜ୍ଞା!!
ଜ୍ୟୋତିଷ : ତୁମ ନାଁ ପ୍ରୀତି ?
ପ୍ରୀତି : ଆଜ୍ଞା !!
ଜ୍ୟୋତିଷ : ତୁମର ଗୋଟେ ପୁଅ। ଏପର୍ଯ୍ୟନ୍ତ ବାହାହେଇନି।
ପ୍ରୀତି ଆଶ୍ଚର୍ଯ୍ୟ ହୋଇ କହିଲା : ଆଜ୍ଞା!!
ଜ୍ୟୋତିଷ : ଏ ମାସରେ ୧୫ କିଲୋ ଚାଉଳ ଆଣିଛ ?
ପ୍ରୀତି : ଜ୍ୟୋତିଷଙ୍କ ପାଦ ଧରି ପକାଇ କହିଲା ଆପଣ ତ ଅନ୍ତର୍ଯ୍ୟାମୀ!!
ଜ୍ୟୋତିଷ : ଆଉଥରେ ଆସିଲେ ଜଟିଆର ଜନ୍ମକୁଣ୍ଡଳୀ ଆଣିବ। ଏ ରାସନ କାର୍ଡ ଆଣିବନି !!!