୩୩ କୋଟି ଦେବତାଙ୍କୁ ଦାନ

ପ୍ରୀତିର ପୁଅ ବଣ୍ଟି ଦୁଷ୍ଟ ହେଉଛି। ଏହାକୁ ନେଇ ପ୍ରୀତି ଚିନ୍ତାରେ ଅଛି। ପ୍ରୀତିର ସାଙ୍ଗ ରଙ୍ଗବତୀ ଫୋନ୍‌ରେ ତା’କୁ ଜଣେ ବାବାଙ୍କ ଠିକଣା ଦେଲା। କହିଲା ସେ ବାବାଙ୍କର ଏ ଖଣ୍ଡମଣ୍ଡଳରେ ବହୁତ ନାଁ ଅଛି। ସେ ହାତ ମାରିଦେଲେ ଦୁସାଧ୍ୟ ରୋଗ ବି ଭଲ ହୋଇଯାଏ। ତୁ ବଣ୍ଟିକୁ ନେଇ ସେଇ ବାବାଙ୍କ ପାଖକୁ ଯାଆ। ରଙ୍ଗବତୀର କଥା ଶୁଣି ପ୍ରୀତି ତା’ ପରଦିନ ବଣ୍ଟିକୁ ଧରି ବାବାଙ୍କ ପାଖକୁ ଚାଲିଗଲା। ପ୍ରୀତି ବାବାଙ୍କ […]

baba

baba

Puspanjali Panda
  • Published: Friday, 21 August 2020
  • Updated: 21 August 2020, 03:04 PM IST

ପ୍ରୀତିର ପୁଅ ବଣ୍ଟି ଦୁଷ୍ଟ ହେଉଛି। ଏହାକୁ ନେଇ ପ୍ରୀତି ଚିନ୍ତାରେ ଅଛି। ପ୍ରୀତିର ସାଙ୍ଗ ରଙ୍ଗବତୀ ଫୋନ୍‌ରେ ତା’କୁ ଜଣେ ବାବାଙ୍କ ଠିକଣା ଦେଲା। କହିଲା ସେ ବାବାଙ୍କର ଏ ଖଣ୍ଡମଣ୍ଡଳରେ ବହୁତ ନାଁ ଅଛି। ସେ ହାତ ମାରିଦେଲେ ଦୁସାଧ୍ୟ ରୋଗ ବି ଭଲ ହୋଇଯାଏ। ତୁ ବଣ୍ଟିକୁ ନେଇ ସେଇ ବାବାଙ୍କ ପାଖକୁ ଯାଆ। ରଙ୍ଗବତୀର କଥା ଶୁଣି ପ୍ରୀତି ତା’ ପରଦିନ ବଣ୍ଟିକୁ ଧରି ବାବାଙ୍କ ପାଖକୁ ଚାଲିଗଲା।

ପ୍ରୀତି ବାବାଙ୍କ ପାଖରେ ଗୋଟି ଗୋଟି କରି ବଣ୍ଟିର ସବୁ ଦୁଷ୍ଟାମି ବିଷୟରେ କହିଲା। ବାବା ସବୁ ଶୁଣି ସାରିବା ପରେ କହିଲେ, ଚିନ୍ତା କରନାହିଁ ଝିଅ...ସବୁ ଠିକ୍‌ ହୋଇଯିବ। ହେଲେ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ।

ବାବାଙ୍କ ଖର୍ଚ୍ଚ କଥା ଶୁଣି ପ୍ରୀତି କହିଲା, କେତେ ଟଙ୍କା ଖର୍ଚ୍ଚ ହେବ ବାବା ?

ବାବା କହିଲେ ଝିଅ ତୁମଠାରୁ ବେଶି ଟଙ୍କା ନେବି ନାହିଁ। କିନ୍ତୁ ପୁରାଣ ଅନୁସାରେ ଆମର ୩୩ କୋଟି ଦେବାଦେବୀ ଅଛନ୍ତି। ବାସ୍‌ ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ଟଙ୍କା ଦାନ ଦେଇଦିଅ।

ବାବାଙ୍କ କଥା ଶୁଣିବା ପରେ ପ୍ରୀତି ମନେ ମନେ ହିସାବ କରି ଜାଣିଲା, ୩୩ କୋଟି ଦେବତାଙ୍କୁ ଗୋଟିଏ ଗୋଟିଏ ଟଙ୍କା ଦେଲେ ୩୩ ଲକ୍ଷ ଟଙ୍କା ହେଉଛି।

ବାବା ପ୍ରୀତିକୁ ଚୁନା ଲଗାଇବା ପୂର୍ବରୁ ପ୍ରୀତି ଆହୁରି ଚାଲାକ୍‌ ଥିଲା। ସେ ବାବାଙ୍କୁ କହିଲା ବାବା, ମୋ ପୁଅ ବଣ୍ଟି ପାଇଁ ମୁଁ ଏତିକି କ’ଣ କରିପାରିବିନି। ଆପଣ ଗୋଟି ଗୋଟି କରି ଦେବତାଙ୍କ ନାମ ନେଇ ଚାଲନ୍ତୁ। ମୁଁ ଗୋଟିଏ ଗୋଟିଏ ଟଙ୍କା ରଖିଚାଲିବି !!

ପ୍ରୀତିର ଏହି କଥା ଶୁଣିବା ପରେ ବାବା ସେବେଠୁ ବେହୋସ୍‌ ହୋଇ ପଡ଼ିରହିଛନ୍ତି !!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos