ଛାତ୍ରର ଉତ୍ତର ଶୁଣି ମ୍ୟାଡମ ବେହୋସ୍
ଦିନେ ମ୍ୟାଡମ କ୍ଲାସରେ ପିଲାମାନଙ୍କୁ ପ୍ରଶ୍ନ କଲେ-
ମ୍ୟାଡମ- ପିଲା ମାନେ, ତୁମ ମାନଙ୍କ ଭିତରୁ ସାହାସୀ କିଏ?
ପ୍ରଶ୍ନ ଶୁଣି ସମସ୍ତେ ହାତ ଉଠେଇଲେ। ଏହା ଦେଖି ମ୍ୟାଡମ ଆଉ ଏକ ପ୍ରଶ୍ନ କଲେ-
ମ୍ୟାଡମ- କହିଲ ଦେଖି, ଯଦି ତୁମ ସ୍କୁଲ ଆଗରେ କେହି ଜଣେ ବୋମା ରଖି ଦିଏ, ତା’ ହେଲେ ତୁମେ କଣ କରିବ?
ଏଥରକ ପ୍ରଶ୍ନ ଶୁଣି ପପୁ ହାତ ଉଠାଇ କହିଲା- ମ୍ୟାଡମ, ଗୋଟାଏ, ଦୁଇ ମିନିଟ ଦେଖିବି। କେହି ଯଦି ବୋମା ଟେକି ନେଇଗଲେ ଭଲ ନ ହେଲେ ତାକୁ ଷ୍ଟାଫରୂମରେ ଥୋଇ ଆସିବି।
ଉତ୍ତର ଶୁଣି ମ୍ୟାଡମ ବେହୋସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।