Emoji
ଶିକ୍ଷକ: ଆଚ୍ଛା ପିଲାଏ, ୨ରୁ ୨ ଫେଡ଼ିଲେ କେତେ ହେବ?
ପପୁ: ବୁଝି ପାରିଲିନି ସାର୍?
ଶିକ୍ଷକ: ଆରେ ପପୁ, ଧରିନେ ମୁଁ ତୋତେ ୨ଟି ରୁଟି ଦେଇଥିଲି। ଆଉ ତୁ ଦୁଇଟି ଯାକ ଖାଇ ଦେଲୁ। ତା’ପରେ ତୁମ ପାଖରେ ଆଉ କ’ଣ ରହିଲା?
ପପୁ: ତରକାରି।
.................................................................................................................................................
ଶିକ୍ଷକ: ପିଲାଏ, ଏମିତି କିଛି ଜାଗାର ନାଁ କୁହ ଯେଉଁଠି ବହୁତ ଲୋକ ଥିବା ସତ୍ତ୍ୱେ ତୁମେ ଏକୁଟିଆ ଅନୁଭବ କର?
ପପୁ ଚଟାପଟ୍ ଉଠିପଡ଼ି କହିଲା- ସାର୍, ପରୀକ୍ଷା ହଲ୍।
....................................................................................................................................................
ଶିକ୍ଷକ: କେଉଁ ଦେଶ ‘I Love You’ ଆବିଷ୍କାର କରିଥିଲା?
ପପୁ: ଚୀନ।
ଶିକ୍ଷକ: କେମିତି?
ପପୁ: କାରଣ ‘I Love You’ରେ ଚୀନର ସବୁ ଗୁଣ ରହିଛି। ଏଥିରେ କିଛି ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ। ଠିକ୍ ରହିଲେ ଜହ୍ନ ପର୍ଯ୍ୟନ୍ତ ଚାଲିବ, ନହେଲେ ସନ୍ଧ୍ୟା ବେଳକୁ ଶେଷ।
................................................................................................................................................
ପପୁ: ଆଜି ଟିଭିରେ ୩୦ ଫୁଟ୍ର ସାପ ଦେଖିଲି।
ପିଣ୍ଟୁ: ଦୁର୍ଭାଗ୍ୟ, ମୁଁ ଦେଖିପାରିବନି।
ପପୁ: କାହିଁକି?
ପିଣ୍ଟୁ: କାରଣ ଆମ ଘରେ ୨୧ ଇଞ୍ଚର ଟିଭି ଅଛି।
.................................................................................................................................................
(ସୌଜନ୍ୟ- ଦୈନିକ ଜାଗରଣ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/google.jpg)