Advertisment

ସ୍ୱର୍ଗରେ ଦୁଇ ମହିଳାଙ୍କ ଦେଖା ହେବା ପରେ...

ଗୋଟିଏ ବିଲ୍‌ଡିଙ୍ଗରେ ରହୁଥିବା ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଗଲା। ମୃତ୍ୟୁ ପରେ ଦୁହିଁଙ୍କ ଦେଖା ସ୍ୱର୍ଗରେ ହେଲା। ପ୍ରଥମ ମହିଳା : ଭଉଣୀ ତୁମର ମୃତ୍ୟୁ କେମିତି ହେଲା ? ଦ୍ୱିତୀୟ ମହିଳା : ଅତ୍ୟଧିକ ଥଣ୍ଡା ଲାଗିବା କାରଣରୁ ମୁଁ ମରିଗଲି। କିନ୍ତୁ ତୁମର କେମିତି ହେଲା ? ପ୍ରଥମ ମହିଳା : ହାଇ ବ୍ଲଡ୍‌ ପ୍ରେସର ଯୋଗୁଁ ମୋର ମୃତ୍ୟୁ ହୋଇଛି। କଥା କ’ଣ କି ମୁଁ ମୋ ସ୍ୱାମୀଙ୍କୁ ସନ୍ଦେହ କରୁଥିଲି। […]

ଅଦ୍ୟତନ ହୋଇଛି
ସ୍ୱର୍ଗରେ ଦୁଇ ମହିଳାଙ୍କ ଦେଖା ହେବା ପରେ...

jokes

Advertisment

ଗୋଟିଏ ବିଲ୍‌ଡିଙ୍ଗରେ ରହୁଥିବା ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଗଲା। ମୃତ୍ୟୁ ପରେ ଦୁହିଁଙ୍କ ଦେଖା ସ୍ୱର୍ଗରେ ହେଲା।

Advertisment

ପ୍ରଥମ ମହିଳା : ଭଉଣୀ ତୁମର ମୃତ୍ୟୁ କେମିତି ହେଲା ?

ଦ୍ୱିତୀୟ ମହିଳା : ଅତ୍ୟଧିକ ଥଣ୍ଡା ଲାଗିବା କାରଣରୁ ମୁଁ ମରିଗଲି। କିନ୍ତୁ ତୁମର କେମିତି ହେଲା ?

ପ୍ରଥମ ମହିଳା : ହାଇ ବ୍ଲଡ୍‌ ପ୍ରେସର ଯୋଗୁଁ ମୋର ମୃତ୍ୟୁ ହୋଇଛି। କଥା କ’ଣ କି ମୁଁ ମୋ ସ୍ୱାମୀଙ୍କୁ ସନ୍ଦେହ କରୁଥିଲି। ଦିନେ ମୁଁ ଜାଣିପାରିଲି ଯେ ସେ ଘରେ ଅନ୍ୟ ଜଣେ ମହିଳା ସହ ଅଛନ୍ତି। ମୁଁ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଲି ଆଉ ଦେଖିଲି ମୋ ସ୍ୱାମୀ ଆରାମରେ ସୋଫା ଉପରେ ବସି ଟିଭି ଦେଖୁଛନ୍ତି।

Advertisment

ଦ୍ୱିତୀୟ ମହିଳା : ତା’ ପରେ କ’ଣ ହେଲା ?

ପ୍ରଥମ ମହିଳା : ମୋ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସାଙ୍ଗରେ ଥିବା ଖବର ପକ୍କା ଥିଲା। ତାଙ୍କୁ ଏକୁଟିଆ ବସିଥିବା ଦେଖି ମୋର ବିଶ୍ୱାସ ହେଲାନାହିଁ। ମୁଁ ସେହି ମହିଳା ଜଣକୁ ଘରର ବାଥରୁମ୍‌, ପରଦା ପଛ, ରୋଷେଇ ଘର, ପଛପଟ ବଗିଚା, ଆଲମାରୀ ଏପରିକି ସିନ୍ଦୁକରେ ବି ଖୋଜିଲି। ହେଲେ ପାଇଲି ନାହିଁ।

ମୁଁ ଏତେ ଟେନସନ୍‌ରେ ରହିଲି ଯେ ବ୍ଲଡ୍‌ ପ୍ରେସର ବଢ଼ିଗଲା ଏବଂ ମୋର ମୃତ୍ୟୁ ହେଲା।

ଦ୍ୱିତୀୟ ମହିଳା : ଭଉଣୀ ତମେ ଏତେ ଜାଗା ଖୋଜିଲ ହେଲେ ଫ୍ରିଜ୍‌ ଖୋଲି ଦେଖିଲ ନାହିଁ। ଯଦି ଫ୍ରିଜ୍‌ ଖୋଲି ଦେଖିଥାନ୍ତି, ତା’ହେଲେ ମୁଁ ଆଜି ଜୀବିତ ଥାଆନ୍ତି !!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe