/odisha-reporter/media/post_attachments/uploads/2019/08/hasa-1.jpg)
hasa
ଶ୍ରେଣୀରେ ଦିଦି ଜଣେ ଛାତ୍ରକୁ ପଚାରିଲେ- ସହଜ ମିଶାଣଟିଏ କହିଲୁ। ମୁଁ ତୋତେ ପ୍ରଥମେ ଦୁଇଟି ବିରାଡ଼ି ଦେଲି, ପରେ ଦୁଇଟି ଓ ତା’ ପରେ ଆଉ ଦୁଇଟି। ସମୁଦାୟ ତୁମ ଘରେ କେତୋଟି ବିରାଡ଼ି ହେଲେ ?
Advertisment
ପିଲାଟି ଗଣି ଗଣି କହିଲା- ସାତଟି।
ଦିଦି ପୁଣି ପ୍ରଶ୍ନଟିକୁ ଦୋହରାଇଲେ।
ଛାତ୍ରଟି ପୁଣି ଥରେ ଉତ୍ତର ଦେଲା- ସାତ।
ଦିଦି ଶାନ୍ତ ସ୍ୱରରେ କହିଲେ- ଆଛା। ମୁଁ ତୋତେ ଦୁଇଟି ଚକୋଲେଟ୍ ଦେଲି। ତା’ପରେ ଦୁଇଟି। ତା’ପରେ ଆଉ ଦୁଇଟି। ସମୁଦାୟ କେତେ ହେଲା ?
ପିଲାଟି ଆଙ୍ଗୁଳି ଗଣି ଗଣି କହିଲା- ଛଅଟି।
ଦିଦି ପିଲାଟିର ପିଠି ଥାପୁଡ଼େଇ କହିଲେ- ସାବାସ୍। ଆଛା ଏଥର କହିଲୁ, ମୁଁ ତୋତେ ପ୍ରଥମେ ଦୁଇଟି ବିରାଡ଼ି ଦେଲି, ପରେ ଦୁଇଟି, ତା ପରେ ଆଉ ଦୁଇଟି। ସମୁଦାୟ ତୁମ ଘରେ କେତୋଟି ବିରାଡ଼ି ହେଲା ?
Advertisment
ପିଲାଟି ହସି ହସି କହିଲା - ସାତଟି।
ଦିଦି ରାଗରେ ବେତଟା ଉଠେଇ ମାଡ଼ିଯିବା ବେଳେ, ପିଲାଟି କାନ୍ଦି କାନ୍ଦି କହିଲା- ଆମ ଘରେ ଆଗରୁ ଗୋଟିଏ ବିରାଡ଼ି ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
