Petrol gift
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ସତେ ଯେମିତି ବେଲଗାମ ହୋଇଥିଲା ତୈଳ ଦର। ହୁ ହୁ ହୋଇ ବଢ଼ି ଚାଲିଥିଲା ପେଟ୍ରୋଲ ଓ ଡିଜେଲ ଦର। ଦେଶ ସାରା ସବୁଠି ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଅତିକ୍ରମ କରି ଯାଇଥିଲା। ଅନେକ ସ୍ଥାନରେ ୧୧୫ ଟଙ୍କା ବି ହୋଇଯାଇଥିଲା। ଏମିତିକି ଡିଜେଲ ଲିଟର ପିଛା ଦର ବି ୧୦୦ ଛୁଇଁଥିଲା। ତେବେ ଦୀପାବଳି ପୂର୍ବରୁ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଏହା ପରେ ତୈଳ ଦର ବୃଦ୍ଧିରେ ଲାଗିଥିଲା ବ୍ରେକ୍। କିନ୍ତୁ ଏବେବି ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାରୁ କମିନି।
ପେଟ୍ରୋଲ ଦର ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଏମିତିକି ମଜାମଜାରେ କେହି କେହି କହନ୍ତି ଏଣିକି କାହାକୁ ଉପହାରରେ ଆଉ କିଛି ନ ଦେଇ ପେଟ୍ରୋଲ କି ଡିଜେଲ୍ ଦେଲେ ଭଲ ହୁଅନ୍ତା। ପାଇବା ଲୋକ ବହୁତ ଖୁସି ହୁଅନ୍ତା। ଆପଣମାନେ ବି କେବେ କେମିତି ଏଭଳି ଆଲୋଚନାର ଅଂଶୀଦାର ହୋଇଥିବେ। ତେବେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ସତକୁ ସତ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା।
ଭୁବନେଶ୍ୱରର ସୂର୍ଯ୍ୟନଗରରେ ଏକ ରିସେପ୍ସନ୍ ପାର୍ଟି ଆୟୋଜିତ ହୋଇଥିଲେ। ଏଥିରେ ନବ ଦମ୍ପତିଙ୍କୁ ସମସ୍ତେ ଅଭିନନ୍ଦନ ଓ ଆଶୀର୍ବାଦ ଦେବା ସହ ଉପହାର ଦେଉଥିଲେ। ଏହି ଭୋଜିରେ ବିପିୟୁଟିର ପୂର୍ବତନ ସଭାପତି ବିଶ୍ୱଜିତ୍ ଜେନା ବି ସାମିଲ ହୋଇଥିଲେ। ସେ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ସହିତ ଫଟୋ ଉଠାଇଥିଲେ। କିନ୍ତୁ ଏହା ପରେ ଯାହା ଘଟିଲା, ତାହା କେହି କେବେ ଆଶା କରି ନଥିଲେ। ବିଶ୍ୱଜିତ୍ ସେମାନଙ୍କୁ ଉପହାରରେ ପ୍ରାୟ ୫ ଲିଟର ପେଟ୍ରୋଲ ଦେଇଥିଲେ। କିଛି ସମୟ ପାଇଁ ଏହା ପାର୍ଟିରେ ଆଲୋଚନାର ବିଷୟ ପାଲଟି ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/78-1.jpg)