ପପୁକୁ ଡାଇବେଟିସ୍। ହେଲେ ଜିଲାପି ଖାଇବାକୁ ତା’ର ଭାରି ଇଚ୍ଛା ହେଉଛି। ପ୍ରୀତିକୁ କହିଲେ ସେ ମିଠା ଖାଇବାକୁ ମନା କରିବ। ତେଣୁ ପ୍ରୀତିକୁ ନ ଜଣାଇ ସେ ବଜାରକୁ ଚାଲିଗଲା। ଜିଲାପି ଦୋକାନ ପାଖରେ ଅଟକି ଗଲା। ତା’ ପରେ କଣ ହେଲା ପଢ଼ନ୍ତୁ-
ପପୁ : ଭାଇନା ଜିଲାପି ଦେବେ।
ଦୋକାନୀ : ହଁ ଦେଉଛି।
ପପୁ ଜିଲାପି ଖାଇ ସାରିବା ପରେ ଦୋକାନୀ ପଇସା ମାଗିଲେ।
ପଇସା ନ ଦେଇ ପପୁ କହିଲା- ତୁମେ କେତେ ବର୍ଷ ଧରି ଜିଲାପି ତିଆରି କରୁଛ ?
ଦୋକାନୀ: ୩୦ ବର୍ଷ ହେଲାଣି
ପପୁ : ତୁମକୁ ଟିକେ ଲାଜ ଲାଗୁନି...
ଦୋକାନୀ: କାହିଁକି ?
ପପୁ: ଏତେ ବର୍ଷ ଧରି ଜିଲାପି ତିଆରି କରୁଛ, ହେଲେ ବଙ୍କା ତେଢ଼ା ଜିଲାପି ଦେଉଛ। ମୁଁ ପଇସା ଦେବିନି...