papu
ପପୁ ଓ ପ୍ରୀତିର ପୁଅ ଗୁଲୁ। ଖୁବ୍ ଦୁଷ୍ଟ । ବାହାରୁ ସବୁ ପୋକଜୋକ ମାରି ଘରେ ଆଣି ପକାଏ। ତାକୁ ସମ୍ଭାଳିବା ପାଇଁ ପ୍ରୀତିକୁ ବହୁତ କଷ୍ଟ କରିବାକୁ ପଡ଼େ। ଦୁଷ୍ଟ ଗୁଲୁ ଦିନେ ପ୍ରୀତିକୁ ପଚାରିଲା ମା’ ମୁଁ କେମିତି ଜନ୍ମ ହେଲି। ଦୁଷ୍ଟ ଗୁଲୁକୁ ବୁଝାଇବା ପାଇଁ ପ୍ରୀତି କ’ଣ କହିଲା ପଢ଼ନ୍ତୁ।
ପ୍ରୀତି: ମୁଁ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଥିଲି। କିଛି ଦିନ ପରେ ତା’ ଭିତରୁ ତୁ ବାହାରିଲୁ।
ପ୍ରୀତିର କଥା ଶୁଣି ଗୁଲୁ ବି ଠିକ୍ ସେହିପରି କଲା।
ସେ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଦେଲା। କିଛି ଦିନ ପରେ ସେହି ଡ଼ବା ଖୋଲି ଦେଖିଲା, ସେଥିରେ ଗୋଟେ ଅସରପା ଅଛି।
ଅସରପାକୁ ଦେଖି ଗୁଲୁ ରାଗିଗଲା ଆଉ କହିଲା : ଇଚ୍ଛା ତ ହେଉଛି ତତେ ଚପଲରେ ମାରିବି.. କିନ୍ତୁ କ’ଣ କରିବି ?? ତୁ ମୋ ଛୁଆ ବୋଲି ଛାଡ଼ି ଦେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/papu-2.jpg)