papu
ପ୍ରୀତିର ବୋଉକୁ ଡେଙ୍ଗୁ ହେଇଛି। ତେଣୁ ସପ୍ତାହେ ପାଇଁ ସେ ତାଙ୍କ ଘରକୁ ଯାଇଛି। ସେଠାରେ ସେ ତା’ ବୋଉର ଯତ୍ନ ନେଉଛି। ପପୁର ଦେଖାଶୁଣା କରିବା ପାଇଁ ଘରେ କେହି ନାହାନ୍ତି। ବର୍ଷା ଦିନରେ ଡେଙ୍ଗୁ ରୋଗ ବ୍ୟାପିଛି। ପପୁ କଥା ଭାବି ପ୍ରୀତି ଚିନ୍ତାରେ ପଡ଼ିଗଲା। ପ୍ରୀତି ଜାଣେ ପପୁକୁ ମଶାରି ଦେଇ ଶୋଇବାକୁ ଭଲ ଲାଗେନା। ସେ କିନ୍ତୁ ବାଧ୍ୟ କରି ମଶାରି ଦିଏ। ତାଙ୍କ ଘରେ ଥାଇ ଦିନେ ପପୁକୁ ଫୋନ୍ କଲା ପ୍ରୀତି। ତା’ପରେ କ’ଣ ହେଲା ପଢ଼ନ୍ତୁ...
ପ୍ରୀତି: ନିଜର ଧ୍ୟାନ ନେବ। ମଶାରି ଦେଇ ଶୋଉଛ ନା ନାହିଁ ?
ପପୁ : ନା ମଶାରି ଦେଉନି।
ପ୍ରୀତି : ଶୁଣିଛି ଡେଙ୍ଗୁ ରୋଗ ଚାରିଆଡ଼େ ବ୍ୟାପିଛି। ତମେ ମଶାରି ଦେଇ ଶୁଅ।
ପପୁ : ମୋର ସବୁ ରକ୍ତ ତ ତମେ ପିଇ ଦେଲ..ମଶା କ’ଣ ରକ୍ତଦାନ କରିବାକୁ ଆସିବ ???
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/papu-1.jpg)