ପପୁ ପୁଅ ଗୁଲୁ ପ୍ରବଳ ଦୁଷ୍ଟ ହେଉଛି ବୋଲି ପ୍ରୀତି ତା’ ପାଇଁ ଘରେ ସତ୍ୟନାରାୟଣ ପୂଜା ରଖିଛି। ପୂଜା କଥା ପୂର୍ବରୁ ପ୍ରୀତି ପପୁକୁ କହିଥିଲା। କିନ୍ତୁ ପପୁ ଭୁଲି ଯାଇ ଅଫିସ୍ ପଳେଇଲା। ପୂଜା ସମୟ ପାଖେଇ ଆସିବାରୁ ପ୍ରୀତି ପପୁକୁ ଫୋନ୍ କଲା। ତା’ପରେ କ’ଣ ହେଲା ପଢ଼ନ୍ତୁ..
ପ୍ରୀତି : ଶୁଣୁଛ.. ପୂଜା ସମୟ ହୋଇଗଲାଣି। ତମେ କେତେବେଳେ ଅଫିସରୁ ଆସିବ ?
ପୂଜା କଥା ତମର ମନେ ଅଛି ନା ନାହିଁ।
ପପୁ: ହଁ ହଁ ମନେ ଅଛି। ସେଇ ପତଳା ହୋଇ ଝିଅଟା ନା.. ତା’ର କଳା ଆଖି, ବହୁତ ସୁନ୍ଦର ସେ ଦେଖିବାକୁ। ଆମ ଆପାର୍ଟମେଣ୍ଟରେ ୪୦୨ ନମ୍ୱର ଫ୍ଲାଟ୍ରେ ରହୁଛି ନା ?
ପ୍ରୀତି: ମୁଁ ଗୁଲୁର ସତ୍ୟନାରାୟଣ ପୂଜା କଥା କହୁଛି..
ଏ କଥା ଶୁଣିବା ପରେ ପପୁର ଫୋନ୍ ହଠାତ୍ କଟିଗଲା...
ସେଦିନ ଘରେ ପହଞ୍ଚିବା ପରେ ସତ୍ୟନାରାୟଣ ପୂଜା କରିବା ବଦଳରେ ପ୍ରୀତି ପ୍ରଥମେ ପପୁର ପୂଜା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।