ଦୁଇ ପ୍ରକାର ଆତ୍ମହତ୍ୟା

ସକାଳୁ ସକାଳୁ ଚା’ର ମଜା ନେଉ ନେଉ ହାଲୁକା ମୁହୂର୍ତ୍ତ ଆଉ ପତ୍ନୀଙ୍କ ମୁଡ୍‌କୁ ଲକ୍ଷ୍ୟକରି ରାମବାବୁ ମୁଚୁକୁନ୍ଦି ହସଟିଏ ମାରି କହିଲେ, ବୁଝିଲ! ଆତ୍ମହତ୍ୟାର ସୂତ୍ର ଦୁଇ ପ୍ରକାର ଅଛି। ଗୋଟିଏ ସହଜ ଓ ଆଉ ଗୋଟିଏ କଷ୍ଟକର। ଏତିକି ଶୁଣି ସ୍ୱାମୀଙ୍କ ହାତରୁ ଖବରକାଗଜଟାକୁ ଭିଡ଼ିଆଣି ପତ୍ନୀ କହିଲେ, କ’ଣ ଏମିତି କିଛି ଖବର ବାହାରିଛି କି? ରାମବାବୁ କହିଲେ, ଆରେ ନାଇଁମ। ବେକରେ ରଶି ଗୁଡ଼େଇ ପଙ୍ଖାରେ ଝୁଲିଗଲେ ଶୀଘ୍ର ଓ ସହଜରେ […]

q

Biswobandita Swain
  • Published: Sunday, 11 August 2019
  • , Updated: 11 August 2019, 05:36 PM IST

ସକାଳୁ ସକାଳୁ ଚା’ର ମଜା ନେଉ ନେଉ ହାଲୁକା ମୁହୂର୍ତ୍ତ ଆଉ ପତ୍ନୀଙ୍କ ମୁଡ୍‌କୁ ଲକ୍ଷ୍ୟକରି ରାମବାବୁ ମୁଚୁକୁନ୍ଦି ହସଟିଏ ମାରି କହିଲେ, ବୁଝିଲ! ଆତ୍ମହତ୍ୟାର ସୂତ୍ର ଦୁଇ ପ୍ରକାର ଅଛି। ଗୋଟିଏ ସହଜ ଓ ଆଉ ଗୋଟିଏ କଷ୍ଟକର।

ଏତିକି ଶୁଣି ସ୍ୱାମୀଙ୍କ ହାତରୁ ଖବରକାଗଜଟାକୁ ଭିଡ଼ିଆଣି ପତ୍ନୀ କହିଲେ, କ’ଣ ଏମିତି କିଛି ଖବର ବାହାରିଛି କି?

ରାମବାବୁ କହିଲେ, ଆରେ ନାଇଁମ। ବେକରେ ରଶି ଗୁଡ଼େଇ ପଙ୍ଖାରେ ଝୁଲିଗଲେ ଶୀଘ୍ର ଓ ସହଜରେ ପ୍ରାଣ ପଳେଇବ ସିନା, ବେକରେ ବରମାଳ ପକେଇ ତୁମକୁ ବେକରେ ଓହଳେଇଲେ ସାରା ଜୀବନ କଷ୍ଟ ପାଇ ପାଇ ଶେଷରେ ମରିବ। ଏଇଟା ମୋର ନିଜ ଅଭିଜ୍ଞତା।

Related story