ପରୀକ୍ଷା ସରିଲା ବେଳକୁ ମୁନା ଡାକ୍ତର ହୋଇଯାଇଥିଲା !

ସାର: ଆରେ ମୁନା ତୋ ନାଁ ପଛରେ ଏବେ ଡଃ. ଲେଖାଯିବ।

ମୁନା: କ’ଣ ପାଇଁ ସାର୍ ।

ସାର୍: ତୋ ପରୀକ୍ଷା ଖାତା ଦେଖିଲା ପରେ ମତେ ସେମିତି ଲାଗୁଛି।

ମୁନା: ସାର୍‌ କ’ଣ ସତରେ ?

ସାର୍‌: ହଁ, ଖାଲି ତୁ ନୁହେଁ, ତୋ ସାଙ୍ଗମାନଙ୍କ ପଛରେ ବି ଡାକ୍ତର ଲେଖାଯିବ। କାହିଁକି ଜାଣିଛୁ?

ମୁନା: କାହିଁକି ସାର୍‌ ?

ସାର୍‌: ଆରେ ପରୀକ୍ଷା ସରିଲା ବେଳକୁ ତୁମ ହସ୍ତାକ୍ଷର ଏମିତି ହୋଇଯାଉଛି ଯେ, ମତେ ଲାଗୁଛି ଠିକ୍‌ ପରୀକ୍ଷା ସରୁ ସରୁ ତୁମ ଦେହରେ ଡାକ୍ତରଙ୍କ ଆତ୍ମା ପ୍ରବେଶ କରୁଛି।