Advertisment

ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୭୦ ମୃତ

ଶିବିରର ଜଣେ ଶରଣାର୍ଥୀ କହିଛନ୍ତି ଯେ, ସେ ତାଙ୍କ ଘରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Blast

Blast

ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ  ୧୨  ଜଣ ମହିଳା  ଥିବା ବେଳେ ୭ ଶିଶୁ ଥିବା ସୂଚନା ରହିଛି।

Advertisment

ଶିବିରର ଜଣେ ଶରଣାର୍ଥୀ କହିଛନ୍ତି ଯେ, ସେ ତାଙ୍କ ଘରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତା’ପରେ ହଠାତ୍ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସୈନ୍ୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ତେବେ ସ୍ଥାନୀୟ ହସପିଟାଲ ପକ୍ଷରୁ କୁହାଯାଇଛି ଯେ, ଅତି କମରେ ୩୩ ଟି ମୃତଦେହ ମିଳିଛି। କ୍ୟାମ୍ପରେ ଥିବା ଏକ ଘର ଉପରେ ଆକ୍ରମଣ କରାଯାଇଥିଲା। ଉକ୍ତ ଘରେ ଅଧିକ ଲୋକ ଥିଲେ। ସେହି ଘରେ ମହିଳା ସହ ଛୁଆ ମଧ୍ୟ ରହିଥିଲେ।

Advertisment

ତେବେ ଗାଜାର ଅଲ୍-ଅକ୍ସା ସହିଦ ହସପିଟାଲରେ ଇନ୍ଧନ ଅଭାବ ଯୋଗୁ ଲୋକଙ୍କ ଚିକିତ୍ସାରେ ସମସ୍ୟା ହେଉଛି। ହସପିଟାଲରେ ଅନେକ ଅବସ୍ଥା ଗୁରୁତର ରହିଥିବା ବେଳେ ଚିକିତ୍ସା ହୋଇପାରୁ ନାହିଁ। ହସପିଟାଲରେ ଉପଲବ୍ଧ ଥିବା ଶର୍ଯ୍ୟାଠାରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିବା କହିଛନ୍ତି ଡାକ୍ତର।

ହମାସ୍ କହିଛି ଇସ୍ରାଏଲ ଆକାଶ ମାର୍ଗରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଥିଲା। ଉକ୍ତ କ୍ୟାମ୍ପରେ ୩୩ ହଜାରରୁ ଅଧିକ ଶରଣାର୍ଥୀ ଥିଲେ। 

Bomb Blast Israeli Air Strike