Advertisment

ଟାଣି ନେଲା କୁମ୍ଭୀର, ତା’ ଆଖିକୁ କାମୁଡ଼ି ବର୍ତ୍ତିଗଲେ ବୃଦ୍ଧ

କୁମ୍ଭୀର କବଳରୁ ବର୍ତ୍ତିବା ମୁସ୍କିଲ ଜାଣି ମୃତ୍ୟୁ ସୁନିଶ୍ଚିତ ବୋଲି କୋଲିନ ଭାବି ନେଇଥିଲେ। ମାତ୍ର ଆପ୍ରାଣ ଚେଷ୍ଟା ପରେ ବି କୁମ୍ଭୀର କବଳରୁ ସେ ମୁକୁଳି ନ ପାରିବାରୁ ହଠାତ୍‌ ତା’ ଆଖିକୁ କାମୁଡ଼ି ଦେଇଥିଲେ।

ଅଦ୍ୟତନ ହୋଇଛି
Crocodile

Crocodile

Advertisment

‘ହଠାତ୍‌ ନଦୀ ମଝିକୁ ଟାଣିନେଲା କୁମ୍ଭୀର। ବଞ୍ଚିବା ଆଶା ଛାଡ଼ି ଦେଇଥିଲି। ମାତ୍ର  ଜୀବନ ବିକଳରେ କୁମ୍ଭୀର ଆଖିକୁ କାମୁଡ଼ି ଦେଇଥିଲି। ଏହା ପରେ ପ୍ରାୟ ୩ ମିଟର ଲମ୍ବର କୁମ୍ଭୀରଟି ମତେ ଛାଡ଼ି ଦେଇଥିଲା ଓ ମୋ’ ଜୀବନ ବଞ୍ଚି ଯାଇଥିଲା।’ ଏପରି ଏକ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ୬୦ ବର୍ଷ ବୟସ୍କ କୋଲିନ ଡେଭେରକ୍ସ ନାମକ ଜଣେ ଅଷ୍ଟ୍ରେଲୀୟ ଚାଷୀ।

Advertisment

ପରିଣତ ବୟସରେ ବେଶ୍‌ ଚଳଚଞ୍ଚଳ ଥିବା କୋଲିନ ଚାଷବାସ ଉପରେ ନିର୍ଭର କରିଥାନ୍ତି। ପ୍ରାୟ ପ୍ରାୟେ ମାସେ ପୂର୍ବରୁ ଘଟଣା ଦିନ ସେ ନିଜ ଜମି ପାଖ ଫିନିସ ନଦୀ କୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ଅନୁଭବ କଲେ ତାଙ୍କ ଗୋଡ଼କୁ କିଏ କାମୁଡ଼ି ନଦୀ ଭିତରକୁ ନେଇ ଯାଉଛି।

କୁମ୍ଭୀର କବଳରୁ ବର୍ତ୍ତିବା ମୁସ୍କିଲ ଜାଣି ମୃତ୍ୟୁ ସୁନିଶ୍ଚିତ ବୋଲି କୋଲିନ ଭାବି ନେଇଥିଲେ। ମାତ୍ର ଆପ୍ରାଣ ଚେଷ୍ଟା ପରେ ବି କୁମ୍ଭୀର କବଳରୁ ସେ ମୁକୁଳି ନ ପାରିବାରୁ ହଠାତ୍‌ ତା’ ଆଖିକୁ କାମୁଡ଼ି ଦେଇଥିଲେ।

Advertisment

ଏହାପରେ ବିଶାଳ ଜଳଚର ପ୍ରାଣୀ କୋଲିନଙ୍କ ଗୋଡ଼ ଛାଡ଼ି ପାଣିକୁ ଚାଲି ଯାଇଥିଲା। ଫଳରେ କୋଲିନ କୂଳକୁ ଫେରିବାକୁ ସକ୍ଷମ ହୋଇଥିଲେ। ମାତ୍ର ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ସେ ଚିକିତ୍ସାଧୀନ ଅଛନ୍ତି। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଲେ ବି ସେ ଚାଲିବାକୁ ସକ୍ଷମ ହୋଇ ପାରି ନାହାନ୍ତି। ଏଥିନିମନ୍ତେ ତାଙ୍କୁ ଆଉ କିଛି ସର୍ଜରୀ କରାଇବାକୁ ପଡ଼ିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

କିଛି ସେକେଣ୍ଡର ଏହି ଘଟଣା ତାଙ୍କ ଜୀବନ ଗତିପଥକୁ ବଦଳାଇ ଦେଇଥିବା କହିଛନ୍ତି କୋଲିନ। ଏପରିକି ଏବେ ସେ ନିଜ ସୁରକ୍ଷା ପ୍ରତି ଅଧିକ ସଚେତନ ହେବା ସହ ଆଖପାଖ ଜିନିଷ ଉପରେ ତୀକ୍ଷଣ ନଜର ରଖିବେ ବୋଲି ବି କହିଛନ୍ତି।

Crocodile Crocodile Attack Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe