Advertisment

ଯୁଦ୍ଧ ବିରାମ ପାଇଁ ଜାତିସଂଘରେ ପ୍ରସ୍ତାବ, ଭୋଟ୍‌ ଦେଲାନି ଭାରତ

ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇନାହାନ୍ତି।

author-image
Madhupriya Mistry
India refuses to back UN General Assembly vote on Gaza ceasefire

India refuses to back UN General Assembly vote on Gaza ceasefire

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି। ଗାଜା ଉପରେ ଆଖିବୁଜା ଆକ୍ରମଣ କରୁଛି ଇସ୍ରାଏଲ। ତେବେ ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏଥିରୁ ବିରତି ରହିଛି ଭାରତ। ଜାତିସଂଘର ଏହି ଯୁଦ୍ଧ ବିରାମ ପ୍ରସ୍ତାବରେ ଭୋଟ୍‌ ଦେଇନାହିଁ ଭାରତ। ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇନାହାନ୍ତି। ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନରେ ଏହାକୁ ମଞ୍ଜୁରୀ ମିଳିଛି।

Advertisment

ଜୋର୍ଡାନ୍‌ ଆଗତ କରିଥିବା ଏହି ଚିଠା-ପ୍ରସ୍ତାବନାରେ ମାନବୀୟ ଦୃଷ୍ଟିକୋଣ ପ୍ରତି ଧ୍ୟାନ ଦେଇ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଉଦ୍ୟମ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି। ଏହାଛଡ଼ା, ବାଂଲାଦେଶ, ମାଳଦ୍ୱୀପ, ପାକିସ୍ତାନ, ରୁଷ୍‌ ଓ ଦକ୍ଷିଣ ଆଫ୍ରିକା ସମତେ ୪୦ରୁ ଅଧିକ ରାଷ୍ଟ୍ର ପଠାଉଥିବା ମାନବୀୟ ସହାୟତା ଅବାଧରେ ସମସ୍ତଙ୍କ ପାଖରେ ପହଞ୍ଚିବା ପ୍ରସଙ୍ଗରେ ମଧ୍ୟ ଏହି ପ୍ରସ୍ତାବରେ କୁହାଯାଇଛି।

‘ସାଧାରଣ ନାଗରିକମାନଙ୍କର ସୁରକ୍ଷା ଏବଂ ଆଇନଗତ ଓ ମାନବୀୟ ପ୍ରତିବଦ୍ଧତା ସୁଦୃଢ଼ ରଖିବା’ ଶୀର୍ଷକ ଏହି ପ୍ରସ୍ତାବନା ସପକ୍ଷରେ ୧୨୦ଟି ରାଷ୍ଟ୍ର ଭୋଟ୍‌ ଦେଇଥିବା ବ‌େଳେ ୧୪ଟି ରାଷ୍ଟ୍ର ଏହା ବିପକ୍ଷରେ ଭୋଟ୍‌ ଦେଇଥିଲେ। ସେହିପରି, ୪୫ଟି ରାଷ୍ଟ୍ର ଭୋଟ୍‌ ଦେବାରୁ ବିରତ ଥିଲେ।

Advertisment

ଭାରତ ଏହି ପ୍ରସ୍ତାବରେ ମତଦାନ କରିବାକୁ ନିଜକୁ ଦୂରେଇ ରଖିବା ସହ ଜାତିସଂଘର ସ୍ୱତନ୍ତ୍ର ଅଧିବେଶନରେ ଭାରତର ଉପ ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ୟୋଜନା ପଟେଲ କହିଛନ୍ତି, ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ୍‌ରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ହୃଦୟବିଦାରକ ଥିଲା । ପଣବନ୍ଦୀ ରଖାଯାଇଥିବା ଲୋକମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଗାଜାରେ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ। ଏହି ସଙ୍କଟର ସମାଧାନ ଆବଶ୍ୟକ।

ସେ ଆହୁରି କହିଛନ୍ତି, ଉତ୍ତେଜନାକୁ ଦୂର କରିବା ଏବଂ ଗାଜାବାସୀଙ୍କୁ ମାନବିକ ସହାୟତା ଯୋଗାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମକୁ ଆମେ ସ୍ୱାଗତ କରୁଛୁ। ଏହି ପ୍ରୟାସରେ ଭାରତ ମଧ୍ୟ ସହଯୋଗ କରିଛି। ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟାର ସମାଧାନ ପାଇଁ ଭାରତ ସବୁବେଳେ ଚେଷ୍ଟା କରି ଆସୁଛିି। ଇସ୍ରାଏଲ ସୀମାରେ ବାସ କରୁଥିବା ପାଲେଷ୍ଟାନୀୟମାନେ ଯେପରି ଶାନ୍ତିରେ ସୁରକ୍ଷିତ ଏବଂ ସ୍ୱାଧୀନ ଭାବେ ବସବାସ କରିପାରିବେ ସେନେଇ ଭାରତ ସବୁବେଳେ ସମର୍ଥନ କରି ଆସୁଛି ବୋଲି ପଟେଲ ଜାତିସଂଘରେ କହିଛନ୍ତି।

ଭରତ ଛଡ଼ା ଏହି ପ୍ରସ୍ତାବର ଭୋଟ୍‌ରୁ ବିରତ ରହିଥିବା ଅନ୍ୟାନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ୍‌ ଓ ଇଂଲଣ୍ଡ ଅଛନ୍ତି। ସେହିପରି ଇସ୍ରାଏଲ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିିଛି। ହମାସକୁ ପ୍ରତିହତ କରିବା ପାଇଁ ଦେଶ ସମସ୍ତ ଉପାୟ ଅବଲମ୍ବନ କରିବ ବୋଲି ଇସ୍ରାଏଲ କହିଛି। ଅନ୍ୟପଟେ ହମାସ ଯୁଦ୍ଧ ବିରତିକୁ ସ୍ୱାଗତ କରିଛି।

Israel Israel-Palestine Conflict United Nations