Advertisment

ଘୁଙ୍ଗୁଡିକୁ ନେଇ ଝଗଡ଼ା, ପଡୋଶୀଙ୍କୁ ଛୁରୀ ଭୁଷି ହତ୍ୟା

ନିଜ ପଡୋଶୀଙ୍କୁ ଥାର୍ଡ ଡିଗ୍ରୀ ଦେଇ ବାରମ୍ବାର ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
Casey

Casey

ଜୋର୍‌ରେ ଘୁଙ୍ଗୁଡି ମାରିବା ବନ୍ଦ କର ବୋଲି କହିବାରୁ ରାଗିଗଲେ ବ୍ୟକ୍ତି। ରାଗିଯାଇ ପଡୋଶୀଙ୍କୁ ଛୁରୀ ଭୁଷି ଅତି ନିର୍ମମଭାବେ କଲେ ହତ୍ୟା। ଆମେରିକାର ପେନ୍‌ସିଲଭାନିଆରେ ଘଟିଛି ଏଭଳି କିଛି ଘଟଣା। ୫୫ ବର୍ଷୀୟ ଖ୍ରୀଷ୍ଟୋଫର କେସି ନାମକ ଜଣେ ବ୍ୟକ୍ତିଙ୍କୁ ଆମେରିକା ମଣ୍ଟେଗୋମେରୀ କାଉଣ୍ଟି ପୁଲିସ ଗିରଫ କରିଛି। ସେ ନିଜ ପଡୋଶୀଙ୍କୁ ଥାର୍ଡ ଡିଗ୍ରୀ ଦେଇ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ଜାନୁଆରୀ ୧୫ ସନ୍ଧ୍ୟା ସାଢ଼େ ୬ଟା ବେଳେ ଏକ ଛୁରାମାଡ଼ ଘଟଣା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ୬୨ ବର୍ଷୀୟ ରବର୍ଟ ଓ୍ୱାଲେସି ନିଜ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ପଡିଥିବା ଦେଖିବାକୁ ପାଇଥିଲା। ତଙ୍କ ଦେହରେ ଏକାଧିକ ଛୁରାମାଡ଼ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତଦନ୍ତରୁ ଜଣାପଡିଛି ଯେ, ଘଟଣା ଦିନ ଘୁଙ୍ଗୁଡି ମାରିବାକୁ ନେଇ ଓ୍ୱାଲେସି ଓ କେସିଙ୍କ ମଧ୍ୟରେ ଜୋରସୋର୍‌ରେ ଯୁକ୍ତିତର୍କ ହୋଇଥିଲା। କାରଣ ଓ୍ୱାଲେସି ଓ କେସି ଗୋଟିଏ କାନ୍ଥ ଥିବା ଦୁଇ ଘରେ ରହୁଥିଲେ। କେସି ଜୋର୍‌ରେ ଘୁଙ୍ଗୁଡି ମାରୁଥିବାରକୁ ଓ୍ୱାଲେସି ଶୋଇ ପାରୁନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏଥିରେ ରାଗିଯାଇ ଖ୍ରୀଷ୍ଟୋଫର କେସି ଏକ ବଡ଼ ଛୁରୀ ଆଣି ଓ୍ୱାଲେସିଙ୍କୁ ଆକ୍ରମଣ କରିଥିଲେ। ସେ ଓ୍ୱାଲେସିଙ୍କୁ ବାରମ୍ବାର ଛୁରୀ ଭୁଷି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି।

Advertisment

ଏହି ଘଟଣାରେ ପୁଲିସ ଖ୍ରୀଷ୍ଟୋଫର କେସିଙ୍କୁ ଗୁରୁବାର ଗିରଫ କରିବା ସହ ଉକ୍ତ ଛୁରୀକୁ ଜବତ କରିଛି। ଏକାଧିକ ଛୁରା ମାଡ଼ ହେତୁ ଓ୍ୱାଲେସିଙ୍କ ମୃତ୍ୟୁ ହୋଇଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡିଛି।

USA Loud Snoring Man Kills Neighbour Pennsylvania