Advertisment

ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ଅପରାଧର ଅନ୍ତ ଘଟିବା ଉଚିତ୍: ଇରାନ, ସାଉଦି ଆରବ

ପାଲେଷ୍ଟାଇନ ଉପରେ ହେଉଥିବା ଯୁଦ୍ଧ ଅପରାଧର ଅନ୍ତ ଘଟିବା ଆବଶ୍ୟକ ବୋଲି ଦୁଇ ରାଷ୍ଟ୍ର ମୁଖ୍ୟ ସହମତ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Saudi Prince And Iran President

Saudi Prince And Iran President

Advertisment

ପାଲେଷ୍ଟାଇନ-ଇସ୍ରାଏଲ୍ ବିବାଦ ଉପରେ ଆଲୋଚନା କଲେ ଇରାନ ଓ ସାଉଦି ମୁଖ୍ୟ। ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବୁଧବାର ପାଲେଷ୍ଟାଇନ-ଇସ୍ରାଏଲ୍ ବିବାଦ ଉପରେ ଫୋନ୍ କଲ୍ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି।

Advertisment

ତେହେରାନ ଏବଂ ରିୟାଦ ମଧ୍ୟରେ ଚୀନ-ବ୍ରୋକର୍ଡ ଚୁକ୍ତି ପରେ ଦୁଇ ନେତା ପ୍ରଥମ କରି ଟେଲିଫୋନରେ କଥା ହୋଇଛନ୍ତି। ପାଲେଷ୍ଟାଇନ-ଇସ୍ରାଏଲ୍ ବିବାଦ ନେଇ ଉଭୟ ଆଲୋଚନା କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ପାଲେଷ୍ଟାଇନ ଉପରେ ହେଉଥିବା ଯୁଦ୍ଧ ଅପରାଧର ଅନ୍ତ ଘଟିବା ଆବଶ୍ୟକ ବୋଲି ଦୁଇ ରାଷ୍ଟ୍ର ମୁଖ୍ୟ ସହମତ ପ୍ରକାଶ କରିଛନ୍ତି।  

Advertisment

ଇରାନିଆନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଉଦି କ୍ରାଉନ୍ ପ୍ରିନ୍ସ ତାଙ୍କ ପକ୍ଷ ରଖି କହିଛନ୍ତି, ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ସାଉଦି ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ଦଳ ସହ ଯୋଗାଯୋଗ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି। ସାଧାରଣ ନାଗରିକରଙ୍କୁ ଟାର୍ଗେଟ୍ କରାଯିବାକୁ ସାଉଦି ବିରୋଧ କରୁଛି ବୋଲି ପ୍ରିନ୍ସ କହିଛନ୍ତି।

ସେପଟେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଆଲୋଚନା ପରେ ଇରାନ ରାଷ୍ଟ୍ରପତିଙ୍କ ରାଜନୈତିକ ସହଯୋଗୀ ମହମ୍ମଦ ଜାମଶିଦି ଟ୍ୱିଟର(ବର୍ତ୍ତମାନର ଏକ୍ସ)ରେ ଏକ ପୋଷ୍ଟ ଶେଆର୍ କରିଛନ୍ତି। ସେ କହିଛନ୍ତି ଯେ, ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ଅପରାଧକୁ ବନ୍ଦ କରିବାର ଆବଶ୍ୟକତା ଉପରେ ରାଇସି ଏବଂ ମହମ୍ମଦ ବିନ୍ ସଲମାନ ସହମତ ହୋଇଛନ୍ତି। ଦୁଇ ରାଷ୍ଟ୍ର ନେତାଙ୍କ ବାର୍ତ୍ତାଳପ ସମୟରେ ଇସଲାମିକ ଏକତା ଉପରେ ଗୁରୁତ୍ୱ ଦିଆଯାଇଛି। ଇସ୍ରାଏଲର ଅପରାଧ ଏବଂ ଆମେରିକା ଯେଉଁପରି ଭାବେ ଇସ୍ରାଏଲକୁ ସମର୍ଥନ ଜଣାଉଛି, ଏହା ଇସ୍ରାଏଲ ଏବଂ ଏହାର ସମର୍ଥକଙ୍କ ପାଇଁ ମହଙ୍ଗା ପଡ଼ିବ। 

War Israel-Palestine War Palestine Israel-Palestine Conflict Hamas Iran President Saudi Prince Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe