Advertisment

କମଳା ହାରିସଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ- ସେ କଳା ନା ଭାରତୀୟ?

ଆସନ୍ତା ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶଭୋବ କମଳା ହାରିସ ।

ଅଦ୍ୟତନ ହୋଇଛି
Donald Trump On Kamala Harris

Donald Trump On Kamala Harris

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଟାର୍ଗେଟ କରିଛନ୍ତି। ସେ କମଳା ହାରିସଙ୍କ ଜାତିଗତ ପରିଚୟ ଉପରେ ପ୍ରଶ୍ନ କରିଛନ୍ତି। ବୁଧବାର ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କମଳା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହାରିସ୍ ପ୍ରକୃତରେ କଳା ନା ସେ ଏହାକୁ ରାଜନୈତିକ ସୁବିଧା ପାଇଁ ବ୍ୟବହାର କରୁଛନ୍ତି ?

Advertisment

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଥିବା ପ୍ରତିଯୋଗିତା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କମଳା ହାରିସ ସର୍ବଦା ଭାରତୀୟ ଐତିହ୍ୟକୁ ପ୍ରୋତ୍ସାହିତ କରୁଥିଲେ। ସେ ସବୁବେଳେ ଭାରତୀୟ ଐତିହ୍ୟରେ ଥିଲେ। ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ମୁଁ ଜାଣି ନଥିଲି ଯେ ସେ କଳା ଥିଲେ, କିନ୍ତୁ ପରେ ସେ କଳା ହୋଇଗଲେ।

ସେହିଭଳି କମଲା ହାରିସଙ୍କୁ ଟାର୍ଗେଟ କରି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ବର୍ତ୍ତମାନ ସେ କଳା ବୋଲି ପରିଚିତ ହେବାକୁ ଚାହୁଁଛନ୍ତି। ତେଣୁ ମୁଁ ଜାଣେ ନାହିଁ ସେ ଭାରତୀୟ ନା କଳା? କାରଣ ସେ ସଂପୂର୍ଣ୍ଣ ଭାରତୀୟ ଥିଲେ ଏବଂ ହଠାତ୍ ସେ ଏକ ମୋଡ଼ରେ କଳା ହୋଇଗଲେ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଅପମାନଜନକ ବୋଲି କହିଛି ହ୍ୱାଇଟ୍ ହାଉସ।

Advertisment

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶଭୋବ କମଲା ହାରିସ। ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ। 

America Donald Trump Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe