Advertisment

ବାଲୁଚ୍‌ଙ୍କ ପରେ ପାସ୍ତୁନଙ୍କ ଦାବି, ପାକିସ୍ତାନରୁ ଅଲଗା ହେବୁ!

ଦୁଇ ଭାଗ ହୋଇଯିବ କି ପାକିସ୍ତାନ? ଅଲଗା ଦେଶ ଦାବିରେ ଅଡି ବସିଛନ୍ତି ସଂଖ୍ୟାଲଘୁ ପାସ୍ତୁନ।

ଅଦ୍ୟତନ ହୋଇଛି
Pashtuns in Pakistan demand separate nation

Pashtuns in Pakistan demand separate nation

Advertisment

ଦୁଇ ଭାଗ ହୋଇଯିବ କି ପାକିସ୍ତାନ? ବାଲୁଚ୍‌ଙ୍କ ପରେ ଅଲଗା ଦେଶ ଦାବିରେ ଅଡି ବସିଛନ୍ତି ସଂଖ୍ୟାଲଘୁ ପାସ୍ତୁନ। ସେନାର ଅତ୍ୟାଚାର ଅସହ୍ୟ ହେଉଛି, ତୁରନ୍ତ ଏହାର ସମାଧାନ କରନ୍ତୁ। ନଚେତ୍ ଅଲଗା ଦେଶ ମାନ୍ୟତା ଦିଅନ୍ତୁ ଦାବି କରି ସଂଖ୍ୟାଲଘୁ ପାସ୍ତୁନମାନେ ପାକିସ୍ତାନ ସୁପ୍ରିମ କୋର୍ଟ ଅଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯଦି ସ୍ଥିତିରେ ସୁଧାର ନ ଆସେ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭାରୀ।

Advertisment

ଶୁକ୍ରବାର ପାକିସ୍ତାନରେ ପାସ୍ତୁନଙ୍କ ଦ୍ୱାରା ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା। ଏହି ସମ୍ପ୍ରଦାୟର ହଜାର ହଜାର ବିକ୍ଷୋଭକାରୀ ଇସଲାମବାଦର ସୁପ୍ରିମକୋର୍ଟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ। ଏହି ରାଲିରେ ପାସ୍ତୁନ ନେତା ମନ୍‌ଜୁର ପାସ୍ତୀନ ସେନାକୁ ଚ୍ୟାଲେଞ୍ଜ କରି ସେମାନେ ପୃଥକ ରାଷ୍ଟ୍ର ପାଇଁ ଦାବିରେ ଅଡ଼ି ବସିବେ ବୋଲି କହୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ପାକିସ୍ତାନର ନେତାମାନେ ସେନା ଜେନେରାଲଙ୍କ ଦାସ। ପାକିସ୍ତାନୀ ସେନା ମଧ୍ୟ ତାଲିବାନ ପଛରେ ଅଛି, ଯେଉଁମାନେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରୁଛନ୍ତି। 

ତେଣୁ ପାସ୍ତୁନଙ୍କ ବିରୁଦ୍ଧରେ ହୋଇଥିବା ଅତ୍ୟାଚାରକୁ ବନ୍ଦ କରିବା ସହ ପାକିସ୍ତାନୀ ସେନା ତୁରନ୍ତ ତାଲିବାନ ସମର୍ଥନଠୁ ଦୂରେଇ ରହୁ ବୋଲି ସେ ଚେତାବନୀ ଦେଇଛନ୍ତି। ଶୁକ୍ରବାର ରାଲିରେ ପାସ୍ତୀନ କହିଛନ୍ତି ଯେ, ଯଦି ପାକିସ୍ତାନକୁ ସଠିକ୍ ଭାବରେ ପରିଚାଳନା କରିବାରେ ଅସମର୍ଥ ହେଉଛନ୍ତି, ତେବେ ପ୍ରତିଦିନ ଏହିପରି ବିକ୍ଷୋଭର ସମ୍ମୁଖୀନ ହେବାକୁ ପଡିବ।

Advertisment

ସୂଚନାଯୋଗ୍ୟ ଯେ ବାଲୁଚ୍‌ମାନେ ମଧ୍ୟ ପାକିସ୍ତାନରୁ ସ୍ୱତନ୍ତ୍ର ହେବାକୁ ବହୁ ବର୍ଷ ହେଲା ଆନ୍ଦୋଳନ ଚଳାଇ ଆସିଛନ୍ତି। ପାକିସ୍ତାନ ସେନା ବେଲୁଚିସ୍ତାନରେ ମଧ୍ୟ ସଂଖ୍ୟାଲଘୁ ବାଲୁଚ୍‌ଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥିବା ଅଭିଯୋଗ ବହୁ ପୁରୁଣା।

Pakistan Pashtuns Strikes In Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe