Advertisment

ବୋମା ଆତଙ୍କରେ ବିମାନ ଯାତ୍ରୀ ଛାନିଆ, ଯାଞ୍ଚ ପରେ ମିଳିଲା ଡାଇପର

ମଝି ଆକାଶରେ ବିମାନଟି ଉଡ଼ୁଥିବା ବେଳେ ଖେଳି ଯାଇଥିବା ବୋମା ଆତଙ୍କ । ସମସ୍ତ ଯାତ୍ରୀ ଛାନିଆ ହୋଇ ଯାଇଥିବା ବେଳେ ବିମାନଟିକୁ ଫେରାଇ ଅଣା ଯାଇଥିଲ।

author-image
Niharika Rout
Flight

Flight

ମଝି ଆକାଶରେ ବିମାନଟି ଉଡ଼ୁଥିବା ବେଳେ ଖେଳି ଯାଇଥିବା ବୋମା ଆତଙ୍କ । ସମସ୍ତ ଯାତ୍ରୀ ଛାନିଆ ହୋଇ ଯାଇଥିବା ବେଳେ ବିମାନଟିକୁ ଫେରାଇ ଅଣା ଯାଇଥିଲ। ମାତ୍ର ଯାଞ୍ଚ ପରେ ଯାହା ମିଳିଲା, ତାହା ଦେଖି ସୁରକ୍ଷା ଅଧିକାରୀ ବି ତାଜୁବ ହୋଇଗଲେ। କାରଣ ବିମାନରେ ଥିବା ସନ୍ଦିଗ୍ଦ ଜିନିଷ ବୋମା ନୁହେଁ, ବୟସ୍କ ଲୋକଙ୍କ ଡାଇପର ବୋଲି ଜଣାପଡ଼ିଥିଲା। ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଛି।

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ଅଭିମୁଖେ ପାନାମା ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି କିଛି ସମୟ ଉଡ଼ିବା ପରେ ସେଥିରେ ବୋମା ଥିବା ସୂଚନା ମିଳିଥିଲା। ଏହାପରେ ତୁରନ୍ତ ବିମାନଟିକୁ ପାନାମା ବିମାନବନ୍ଦରରୁ ଫେରାଇ ଅଣାଯାଇଥିଲା।

ସେଠାରେ ବିମାନରୁ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯିବା ସହ ଯାଞ୍ଚ ଏଜେନ୍ସି ବିମାନରେ ପଶି ତନ ତନ କରି ଯାଞ୍ଚ କରିଥିଲେ। ମାତ୍ର ଯାଞ୍ଚ ପରେ ଯାହା ପାଇଲେ ସେମାନଙ୍କ ଅକଲ ଗୁଡ଼ୁମ ହୋଇଗଲା। କାରଣ ତାହା ବୋମା ନୁହେଁ, ଏକ ବୟସ୍କ ବ୍ୟକ୍ତିଙ୍କ ଡାଇପର ଥିଲ। ।

Advertisment

ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ବିମାନଟି ପୁଣି ଥରେ ଯାତ୍ରୀଙ୍କୁ ଧରି ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

USA Bomb Threat Flight Service