Advertisment

ବାବା ଭେଙ୍ଗାଙ୍କ ୨୦୨୪ ଭବିଷ୍ୟବାଣୀ; ବଢିବ ଆତଙ୍କୀ ହମଲା, ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯିବ

ବାବା ଭେଙ୍ଗାଙ୍କର ପୂର୍ବରୁ ଏହିପରି ଅନେକ ଭବିଷ୍ୟବାଣୀ ସତ ହୋଇଛି, ଯାହାକୁ ନେଇ ବିଗତ ଦିନଗୁଡିକରେ ବେଶ୍ ଚର୍ଚ୍ଚା ହୁଏ।

ଅଦ୍ୟତନ ହୋଇଛି
Baba Vanga's File Photo

Baba Vanga's File Photo

Advertisment

ବାବା ଭେଙ୍ଗା ବା ଫକିର ବାବାଙ୍କ ୨୦୨୪ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା। ବାବା ଆସନ୍ତା ବର୍ଷ ପାଇଁ କରିଥିବା ଭବିଷ୍ୟବାଣୀର ତାଲିକାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ବର୍ଷ ୨୦୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା। ଏଥିସହ କର୍କଟ ଏବଂ ଆଲଜାଇମର ରୋଗର ଉପଶମ ଉଦ୍ଭାବନ, ୟୁରୋପରେ ଆତଙ୍କବାଦୀ ଘଟଣାର ବୃଦ୍ଧି, ଅର୍ଥନୈତିକ ପ୍ରଭାବ ଆଦି ବାବାଙ୍କ ଭବିଷ୍ୟବାଣୀ ଉପରେ ନଜର ପକାନ୍ତୁ...

Advertisment
  1. ଡେଲି ଷ୍ଟାର୍ ରିପୋର୍ଟ ଅନୁସାରେ, ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ ଆସନ୍ତା ବର୍ଷ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଦେଶବାସୀ ହତ୍ୟା ପାଇଁ ଉଦ୍ୟମ କରିବେ।
  2. ୟୁରୋପରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ହେବାର ଚେତାବନୀ ଦେଇ ବାବା ଭିବିଷ୍ୟବାଣୀ କରିଛନ୍ତି ଯେ, ଆସନ୍ତା ବର୍ଷ ଏକ ବଡ ଦେଶ ଜୈବିକ ଅସ୍ତ୍ର ପରୀକ୍ଷା କିମ୍ବା ଆକ୍ରମଣ କରିବ।
  3. ବର୍ଷ ୨୦୨୪ରେ ମଧ୍ୟ ଅର୍ଥନୈତିକ ସଙ୍କଟ ଆସିବ, ଯାହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଏହା ଦ୍ୱାରା ଋଣ ସ୍ତର ବୃଦ୍ଧି ଏବଂ ଭୌଗୋଳିକ ଓ ରାଜନୈତିକ ତିକ୍ତତା ପରି କାରକଗୁଡିକ ଏହାର କାରଣ ହେବ ବୋଲି ବାବା ଭବିଷ୍ୟବାଣୀ କରିଛନ୍ତି।
  4. ଆସନ୍ତା ବର୍ଷ ଭୟଙ୍କର ପାଣିପାଗ ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି।
  5. ସାଇବର ଆଟାକର ବୃଦ୍ଧି ଘଟିବ। ଉନ୍ନତ ହ୍ୟାକରମାନେ ପାୱାର ଗ୍ରୀଡ୍ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିବେ, ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ।
  6. ୨୦୨୪ ମସିହାରେ ଅଲଜାଇମର ଏବଂ କର୍କଟ ସମେତ ଅସୁସ୍ଥ ରୋଗ ପାଇଁ ନୂତନ ଚିକିତ୍ସାର ବିକାଶ ହେବ।
  7. History.co.uk. ରିପୋର୍ଟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଏକ ବଡ଼ ସଫଳତା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ସତ ହୋଇଥିବା ବାବାଙ୍କ ଭବିଷ୍ୟବାଣୀ
ପ୍ରକାଶ ଥାଉ କି ବାବା ଭେଙ୍ଗାଙ୍କର ପୂର୍ବରୁ ଏହିପରି ଅନେକ ଭବିଷ୍ୟବାଣୀ ସତ ହୋଇଛି, ଯାହାକୁ ନେଇ ବିଗତ ଦିନଗୁଡିକରେ ବେଶ୍ ଚର୍ଚ୍ଚା ହୁଏ। ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗାଙ୍କ ସତ ହୋଇଥିବା ଭବିଷ୍ୟବାଣୀ ମଧ୍ୟରୁ ଆମେରିକାର ୯/୧୧ ଆକ୍ରମଣ, ବାରାକ୍ ଓବାମା ରାଷ୍ଟପତି ହେବା, ରାଜକୁମାରୀ ଡାୟନାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଥାଇଲାଣ୍ଡରେ ସୁନାମି, ୨୦୦୧ରେ ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ ଏବଂ ମହାମାରୀ। 

Advertisment

ବାବା ଭେଙ୍ଗା କିଏ
ବାବା ଭଙ୍ଗାଙ୍କ ପୂରା ନାମ ହେଉଛି, ବେଙ୍ଗେଲିଆ ଗୁସ୍ତେରୋଆ। ୧୯୧୧ ମସିହାରେ ସେ ବୁଲଗେରିଆରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ଜଣେ  ମହିଳା। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ବୁଲଗେରିଆରର ଏକ ଝଡ-ତୋଫାନରେ ସେ ନିଖୋଜ ହୋଇ ଯାଇଥିଲେ। କିଛି ଦିନ ପରେ ପରିବାର ଲୋକ ତାଙ୍କୁ ଏକ ସ୍ଥାନରୁ ପାଇଥିଲେ। କିନ୍ତୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା। ଦେଖିବାର ଶକ୍ତି ଚାଲି ଯାଇଥିଲେ ବି ଭବିଷ୍ୟତକୁ ନେଇ ଅନେକ ସମୟରେ ସଠିକ୍ ଆକଳନ କରିପାରନ୍ତି। ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ମୃତ୍ୟୁ ଘଟିଥିଲା। 

Baba Vanga Baba Vanga Predictions 2024 Predictions
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe