Advertisment

ଗାଜା ହସ୍ପିଟାଲ ଉପରେ ଆକ୍ରମଣ ଘଟଣା; ଇସ୍ରାଏଲ ସପକ୍ଷରେ ବାଇଡେନଙ୍କ ପ୍ରୟାସକୁ ଶକ୍ତ ଝଟକା

ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ଅଧିକାରକୁ ସମର୍ଥନ କରି ଆଜି ଇସ୍ରାଏଲ ଗସ୍ତ କରିଥିବା ବାଇଡେନଙ୍କ ପ୍ରୟାସକୁ ଶକ୍ତ ଝଟକା ଲାଗିଛି।

ଅଦ୍ୟତନ ହୋଇଛି
Joe Biden

Joe Biden

Advertisment

ଗାଜା ହସ୍ପିଟାଲ ଉପରେ ଗତରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ପରେ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ଅଧିକାରକୁ ସମର୍ଥନ କରି ଆଜି ଇସ୍ରାଏଲ ଗସ୍ତ କରିଥିବା ବାଇଡେନଙ୍କ ପ୍ରୟାସକୁ ଶକ୍ତ ଝଟକା ଲାଗିଛି। ଏପରି ସମୟରେ ଆରବ ନେତାଙ୍କ ସହ ହେବାକୁ ଥିବା ବାଇଡେନଙ୍କ ସମ୍ମିଳନୀକୁ ରଦ୍ଦ କରି ଦିଆଯାଇଛି।

Advertisment

 ଏହିଭଳି ଭୟଙ୍କର ଯୁଦ୍ଧ ସ୍ଥିତି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇସ୍ରାଏଲ ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜୋର୍ଡାନ ମଧ୍ୟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିଲା । ସେଠାରେ ସେ ଜୋର୍ଡାନ ରାଜଧାନୀ ଓମାନରେ ଆରବ ନେତାଙ୍କ ସହ ତାଙ୍କର ଶୀର୍ଷସ୍ତରୀୟ ଆଲୋଚନା ଥିଲା ।  କିନ୍ତୁ ଗାଜା ମେଡିକାଲ ଉପରେ ଏୟାର ଷ୍ଟ୍ରାଇକ ପରେ ବାଇଡେନ୍ ଜୋର୍ଡାନ୍ ଗସ୍ତକୁ ବାତିଲ କରିଛନ୍ତି ।

ଗାଜା ହସ୍ପିଟାଲ ଉପରେ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଜୋର୍ଡାନର କିଙ୍ଗ୍ ଅବଦୁଲ୍ଲା ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ।

Advertisment

ବିବାଦ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଆମେରିକା ସର୍ବଦା ପ୍ରାଥମିକତା ଦେଇଥାଏ । ତେଣୁ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିବାକୁ ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି ।

ଗାଜାର ଅଲ ଅହଲି ହସ୍ପିଟାଲରେ ହୋଇଥିବା ଏହି ଆକ୍ରମଣରେ ୫୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବର୍ବର କାଣ୍ଡ ପାଇଁ ଉଭୟ ହମାସ ଓ ଇସ୍ରାଏଲ ପରସ୍ପରକୁ ଦୋଷାରୋପ କରୁଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟୁହା ନିଜ ପକ୍ଷ ରଖି କହିଛନ୍ତି ବର୍ବର ଆତଙ୍କବାଦୀ ଏହି ଆକ୍ରମଣ କରିଛନ୍ତି। ଯେଉଁମାନେ ଅତି ନିର୍ଦ୍ଦୟ ଭାବେ ଆମ ନିରୀହ ଛୁଆଙ୍କୁ ମାରିଛନ୍ତି, ସେମାନେ ନିଜ ଛୁଆଙ୍କୁ ବି ଛାଡ଼ି ନାହାନ୍ତି।

ଏହି ଆକ୍ରମଣ ନିମନ୍ତେ ହମାସ ନେତା ଇସମାଇଲ ହନିୟା ଆମେରିକାକୁ ଦାୟୀ କରିଛନ୍ତି । ଆମେରିକାର ସାହସ ପାଇ ଇସ୍ରାଏଲ ଏପରି ଆକ୍ରାତ୍ମକ ହୋଇ ପାରିଥିବା ସେ ଅଭିଯୋଗ କରିଛନ୍ତି। ଏକ ହସ୍ପିଟାଲ ଉପରେ ହୋଇଥିବା ଏହି ଆକ୍ରମଣ ଶତ୍ରୁ ପକ୍ଷର କ୍ରୂରତା ଓହତାଶ ଭାବନାକୁ ଦର୍ଶାଉଛି ବୋଲି କହିଛନ୍ତି।

ଏହି ଆକ୍ରମଣ ନିମନ୍ତେ ସାଉଦି ଆରବ, ବହରିନ, ଜୋର୍ଡାନ, ତୁର୍କୀ ପରି ଦେଶ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହି ଆକ୍ରମଣ ପରେ ପରେ ୟୁଏଇ ଓ ଋଷ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯାଇଛି। ଏହି ଆକ୍ରମଣକୁ WHO ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବି ନିନ୍ଦା କରିଛନ୍ତି।

Joe Biden America Israel Palestine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe