Advertisment

ଘାରିଲା ସୂର୍ଯ୍ୟ ପରାଗ ଭୟ, ପାର୍ଟନରଙ୍କୁ ଛୁରୀ ଭୁଷି ଦୁଇ ପିଲାଙ୍କୁ ଚଳନ୍ତା କାର୍‌ରୁ ଠେଳି ଦେଲେ

ସୋମବାର ଆମେରିକାରେ ସମ୍ପୂଣ୍ଣ ସୂର୍ଯ୍ୟ ପରାଗ ହୋଇଥିଲା।

ଅଦ୍ୟତନ ହୋଇଛି
astrology influencer stabs partner

astrology influencer stabs partner

Advertisment

ଜଣେ ମହିଳା ଜ୍ୟୋର୍ତିବିଦ୍‌ଙ୍କୁ ଘାରିଲା ସୂର୍ଯ୍ୟ ପରାଗ ଭୟ। ଏତେ ଭୟଭୀତ ହୋଇ ପଡିଲେ ଯେ, ନିଜ ପାର୍ଟନର ଓ ପିଲାଙ୍କୁ ବି ଭୁଲିଗଲେ। ଭୟରେ ପାର୍ଟନରଙ୍କୁ ଛୁରୀ ଭୁଷି ଦେଲେ। କେବଳ ସେତିକି ନୁହେଁ ଚଳନ୍ତା କାର୍‌ରୁ ନିଜର ଦୁଇ ପିଲାଙ୍କୁ ମଧ୍ୟ ଠେଲି ଦେଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୋମବାର ଆମେରିକାରେ ସମ୍ପୂଣ୍ଣ ସୂର୍ଯ୍ୟ ପରାଗ ହୋଇଥିଲା। ତେବେ ଏହାକୁ ନେଇ ଭୟଭୀତ ହୋଇ ପଡିଥିଲେ ଲସ୍‌ ଏଞ୍ଜଲିସର ଫେମସ୍‌ ଇନ୍‌ଫ୍ଲୁଏନ୍ସର୍‌ ତଥା ଜ୍ୟୋର୍ତିବିଦ୍‌ ଡେନିଏଲ୍‌ ଜନ୍‌ସନ୍‌। ସୋମବାର ସକାଳେ ସେ ନିଜର ଦୁଇ ଝିଅଙ୍କୁ ନେଇ ବାହାରକୁ ଯିବା ପୂର୍ବରୁ ନିଜ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ସେ ନିଜର ୯ ବର୍ଷ ଓ ୮ ମାସର ଦୁଇ ଝିଅଙ୍କୁ ଚଳନ୍ତା କାର୍‌କୁ ଠେଳି ଦେଇଥିଲେ। ଏଥିରେ ୮ ମାସର ଛୁଆଟିର ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷର ଝିଅଟି ଗୁରୁତର ଅଛି। ଝିଅଟିର ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଏହି ଘଟଣାର ଅଧଘଣ୍ଟା ପରେ ପୁଲିସକୁ ଏକ ଭୟଙ୍କର କାର୍‌ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଆସି ଡାନିଏଲଙ୍କ କାର୍‌ ଏକ ଗଛରେ ପିଟି ହୋଇଥିଲା। ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଡାନିଏଲଙ୍କ ଶରୀରରେ ଏକାଧିକ କ୍ଷତ ଲାଗିଥିଲା। ଏପରିକି ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍‌କିଲ ହୋଇପଡିଥିବା ପୁଲିସ କହିଛି।

Advertisment

ଡାନିଏଲ୍ ଜନସନ ତାଙ୍କ ୱେବସାଇଟରେ ସାପ୍ତାହିକ " aura cleansing"କୁ ନେଇ ଜ୍ଞାନ ବାଣ୍ଟନ୍ତି। କେବଳ ସେତିକି ନୁହେଁ ଜଣେ ଆଷ୍ଟ୍ରୋଲଜର ହୋଇଥିବାରୁ ସେ ରାଶି ମଧ୍ୟ ପଢ଼ନ୍ତି। ସେ କହିଥିଲେ ଯେ ସୋମବାରର ଯେଉଁ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୋଇଥିଲା ତାହା ଆଧ୍ୟାତ୍ମିକ ଯୁଦ୍ଧର ପ୍ରତୀକ ଥିଲା।

ଏପ୍ରିଲ ୪ ତାରିଖରେ ଡାନିଏଲ୍‌ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଲେଖିଥିଲେ, 'ନିଜକୁ ରକ୍ଷା କର ଓ ନିଜ ହୃଦୟକୁ ଠିକ୍‌ ସ୍ଥାନରେ ରଖ। ବେଶ୍‌ ଦ୍ରୁତ ଗତିରେ ଦୁନିଆ ବଦଳୁଛି ଏବଂ ଏପରି ପରିସ୍ଥିତିରେ, ଯଦି ତୁମେ କାହାର ପକ୍ଷ ନେବାକୁ ଚାହୁଁଛ, ତେବେ ତାହା କର, ବର୍ତ୍ତମାନ ସମୟ ଆସିଛି ତୁମ ଜୀବନରେ ଜିନିଷ ଠିକ୍ କରିବା।'

ଟାଇମ୍ସ ରିପୋର୍ଟ ଅନୁଯାୟୀ, ଡାନିଏଲ୍‌ ଜନସନଙ୍କ ଆପାର୍ଟମେଣ୍ଟରୁ ପୁଲିସ ତାଙ୍କ ୨୯ ବର୍ଷୀୟ ପାର୍ଟନର ଜେଲେନ ଏଲନ ଚାନିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି। ତାଙ୍କ ଛାତିରେ ଛୁରୀ ଭୁଷି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ତେବେ ଏହାପୂର୍ବରୁ ତାଙ୍କର ଉଡ୍‌ଲ୍ୟାଣ୍ଡ ଆପର୍ଟମେଣ୍ଟରେ ଡାନିଏଲ୍‌ ଓ ତାଙ୍କ ପାର୍ଟନରଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ଏହାପରେ ଡାନିଏଲ ତାଙ୍କୁ ହତ୍ୟା କରିଥିଲେ। 

Solar Eclipse Danielle Johnsonus Astrology Influencer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe